Below header

କରୋନାର ଦୁଇଟି ଡୋଜ ନେଇଥିବା ଲୋକଙ୍କୁ ମିଳିପାରେ ପୁରସ୍କାର, ଲକି ଡ୍ର ଆରମ୍ଭ କରିବାକୁ ଯାଉଛନ୍ତି ସରକାର

ନୂଆଦିଲ୍ଲୀ : ଦେଶରେ କରୋନା ଯୁଦ୍ଧରେ ଜାରି ଟିକାକରଣ ଦ୍ରୁତ ବେଗରେ ବଢ଼ି ଚାଲିଛି । ହେଲେ କିଛି ଲୋକ ଏବେ ବି ଟିକା ନେବାକୁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି । କେତେକ ସ୍ଥାନରେ ଲୋକେ ଟିକା ନେବାକୁ ମଧ୍ୟ ଲୁଚୁଥିବା ଜଣାଯାଇଛି । କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଟିକା ଏକମାତ୍ର ସାଧନ ହୋଇଥିବା ବେଳେ ଏହାକୁ ଦେଶରେ ପୂର୍ଣ୍ଣ ଭାବରେ ଟିକାକରଣ କରିବାକୁ ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି ।

ବିଭିନ୍ନ ମାଧ୍ୟମରେ ଟିକା ନେବାକୁ ଲୋକଙ୍କୁ ସଚେତନ କରିବା ପରେ ବି ଏବେ ଭାରତରେ ମାତ୍ର ୪୩ ପ୍ରତିଶତ ଲୋକେ ଟିକା ନେଇପାରିଛନ୍ତି । ଏବେ ବି ଏମିତି ଇଲାକା ଅଛି ଯେଉଁଠି କେହି ବି ଲୋକ ଟିକା ନେଇ ନାହାଁନ୍ତି ।
ତେଣୁ ଲୋକଙ୍କୁ ଟିକା ନେବା ପ୍ରତି ଅଧିକ ଆକର୍ଷିତ କରିବା ପାଇଁ ସରକାର ଏବେ ଲକି ଡ୍ର ବ୍ୟବସ୍ଥା କରିବାକୁ ଯାଉଛନ୍ତି ।

ଏମିତି ଖବର ପିଟିଆଇ ସୂତ୍ରରୁ ଜାଣିବାକୁ ମିଳିଛି । ଦୁଇଟି ଟିକା ନେଇଥିବା ଲୋକଙ୍କୁ ଏକ ଲକି ଡ୍ର ମାଧ୍ୟମରେ ପୁରସ୍କାର ଦେବା ପାଇଁ ସରକାର ବିଚାର କରୁଛନ୍ତି । ଯେଉଁଥିପାଇଁ ଲୋକେ ଟିକା ନେବାକୁ ଆକର୍ଷିତ ହେବେ । ଲକି ଡ୍ର ଜରିଆରେ ଦୁଇଟି ଡୋଜ ଟିକା ନେଇଥିବା ଲୋକଙ୍କୁ ସରକାର ଲକି ଡ୍ର ଜରିଆରେ ରାସନ କିଟ, ଟ୍ରାଭଲ ପାସ, ନଗଦ ଟଙ୍କା ପୁରସ୍କାର ଆଦି ବିଭିନ୍ନ ପୁରସ୍କାର ଦେବାକୁ ଚିନ୍ତା କରୁଛନ୍ତି ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ତୁରନ୍ତ ଏ ସମ୍ପର୍କରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି ।
ସୂଚନାନୁଯାୟୀ, ଦେଶରେ ପ୍ରାୟ ୪୩ ପ୍ରତିଶତ ଲୋକେ ଟିକାର ଦୁଇଟ ଡୋଜ ନେଇଥିବା ବେଳେ ୧୨ କୋଟିରୁ ଅଧିକ ଲୋକଙ୍କ ଦ୍ୱିତୀୟ ଡୋଜ ନେବାରେ ବିଳମ୍ବ ଘଟୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.