Below header

ଶ୍ରୀମନ୍ଦିର ଖୋଲିବା ନେଇ ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଲେ ପୂର୍ବତନ ସୁଆର ମହାସୁଆର ନିଯୋଗର ସଭାପତି

ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ସିଂହଦ୍ୱାର ସମ୍ମୁଖରେ ଧାରଣା । ଧାରଣାରେ ବସିଲେ ପୂର୍ବତନ ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର । ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟୁରେ ଯଦି ଅନେକ ଲୋକ ହେଲେ ତେବେ ଶ୍ରୀମନ୍ଦିର ଖୋଲିଲେ ଅସୁବିଧା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଶ୍ରୀମନ୍ଦିର ପ୍ରଶାସନ ତରଫରୁ ୪ଟି ପର୍ଯ୍ୟାୟରେ ଦିଆଯାଇଥିବା ୫ ହଜାର ଟଙ୍କାରେ ପରିବାର ଚଳିବା ପାଇଁ ଯଥେଷ୍ଟ ନୁହେଁ ବୋଲି କହିଛନ୍ତି ଦାମୋଦର ମହାସୁଆର । ଚାରି ଦୁଆରେ ଡାକ୍ତର ନିୟୋଜିତ କରି ୫୦-୫୦ ଜଣ ଭକ୍ତଙ୍କୁ ଛାଡିବାକୁ ଦାବି କରିଛନ୍ତି ଦାମୋଦର ମହାସୁଆର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.