କରୋନାରୁ ସୁସ୍ଥ ହେଲେ ଅଭିନେତ୍ରୀ ତମନ୍ନା, ହସ୍ପିଟାଲରୁ ହେବେ ଡିସଚାର୍ଜ

କରୋନା ମହାମାରୀର ପ୍ରକୋପ ଯେପରି ବଢିବାରେ ଲାଗିଛି ଏହା କେବଳ ଦେଶ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଭୟଙ୍କର ବିପଦ ପାଲଟିଛି। ଏହି ମହାମାରୀ କବଳରେ ଅନେକ ଲୋକମାନଙ୍କ ସହ ବଡ ବଡ କଳାକାରମାନେ ମଧ୍ୟ କବଳିତ ହୋଇଛନ୍ତି। ଏସବୁ ମଧ୍ୟରେ ଗତ କିଛି ଦିନ ତଳେ ସାଉଥ୍ ଫିଲ୍ମର ସୁପରଷ୍ଟାର ଅଭିନେତ୍ରୀ ତମନ୍ନା ଭାଟିଆ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏସର୍ମ୍ପକରେ ତମନ୍ନା ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ। କିନ୍ତୁ ଏବେ ଏହି ଅଭିନେତ୍ରୀଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର ହେଉଛି ତମନ୍ନାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି।
— Tamannaah Bhatia (@tamannaahspeaks) October 5, 2020
ରିପୋର୍ଟ ନେଗେଟିଭ୍ ଆସିବା ପରେ ଅଭିନେତ୍ରୀ ତମନ୍ନା ଏହି ସମ୍ପର୍କରେ ଟ୍ଵିଟର ମାଧ୍ୟମରେ ଜଣାଇବା ସହ ଲେଖିଛନ୍ତି, ଯଦିଓ ସୁଟିଂ ସେଟ୍ ରେ ମୁଁ ଓ ମୋ ଟିମ୍ ସମ୍ପୂର୍ଣ୍ଣ ସତ୍ତର୍କତା ରଖିବା ପରେ ମଧ୍ୟ ମତେ ଗତ ସପ୍ତାହରେ ଜ୍ୱର ହୋଇଥିଲା। ଆବଶ୍ୟକ ଉପଚାର ନେବା ସହ ମୁଁ ନିଜର କରୋନା ଟେଷ୍ଟ କରିଥିଲି, ଯାହା ଫଳରେ ମୋର ଦୁର୍ଭାଗ୍ୟବସତଃ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ମୁଁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲି। ଏବେ ଡାକ୍ତରଙ୍କ ଉପଚାର ପରେ ମୋର ରିପୋର୍ଟ ନେଗେଟିଭ୍ ଆସିଛି ଏବଂ ମତେ ହସ୍ପିଟାରୁ ଡିସଚାର୍ଜ କରାଯାଇଛି। ଗତ ସପ୍ତାହଟି ମୋ ପାିଁ ଚାପଗ୍ରସ୍ତ ଥିବା ବେଳେ ବର୍ତ୍ତମାନ ମୁଁ ନିଜକୁ ଖୁବ୍ ସୁସ୍ଥ ଅନୁଭବ କରୁଛି।