ସେରଗଡ଼ ଟୋଲ ଗେଟ୍ ନିକଟରୁ ଗିରଫ ହେଲେ ୨ ନକଲି STF ଅଧିକାରୀ, ଫାଙ୍କା ଗୁଳି ଚାଳନା କରି ଫେରାର୍ ହେବାକୁ କରୁଥିଲେ ଉଦ୍ୟମ

ସୋର: ନକଲି STFଙ୍କୁ ଧରିଲା ଅସଲି ପୋଲିସ । ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ସେରଗଡ଼ ଟୋଲ ଗେଟରେ ଧରାପଡିଛନ୍ତି ନକଲି STF । ନାଲିବତୀ ସ୍କର୍ପିଓରେ ଆସି ସେରଗଡ଼ ଟୋଲ୍ ଗେଟ୍ରୁ ଫି ଛାଡ଼ ପାଇଁ ଗଣ୍ଡୋଗୋଳ କରୁଥିଲେ ନକଲି STF । ଏହାସହ ଫାଙ୍କା ଗୁଳି ଚାଳନା କରି ଫେରାର୍ ହେବାକୁ ଉଦ୍ୟମ କରିବା ବେଳେ ଖନ୍ତାପଡ଼ା ପୋଲିସ ହାତରେ ଧରାପଡିଛନ୍ତି । ବନ୍ଧୁକ ସହ ଗଞ୍ଜାମ ଜିଲ୍ଲାର ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ ।
ଅଭିଯୁକ୍ତ ଗଞ୍ଜାମରୁ ବାଲେଶ୍ୱର ଅଭିମୁଖେ ଯାଉଥିଲେ । ଟୋଲ ଗେଟ୍ର ୧ ନମ୍ବର ଗେଟ୍ରେ ରୋଡ ବ୍ୟାରିକେଟକୁ ଧକ୍କା ଦେବା ପରେ ଘଟଣାସ୍ଥଳରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା । ଖନ୍ତାପଡ଼ା ଥାନା ଅଧିକାରୀ ପହଞ୍ଚି ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଗାଡ଼ିରୁ ବନ୍ଧୁକ ବାହାରିଥିବା ଜଣାପଡିଛି । ଯୁବକଙ୍କ ସହିତ ଧସ୍ତାଧସ୍ତି ବେଳେ ଶେରଗଡ଼ ଫାଣ୍ଡି ଅଧିକାରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।