Below header

ଛତିଶଗଡ଼ର ଦାଦାଗିରିକୁ ବିରୋଧ କରି ପ୍ରଜାମେଳି: ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଆଉ ପ୍ଳାକାର୍ଡ ଧରି ଗର୍ଜିଲେ ଶହ ଶହ ଆଦିବାସୀ

ମାଲକାନଗିରି:  ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଆଉ ପ୍ଳାକାର୍ଡ। ନିଜ ଭିଟାମାଟିକୁ କିଭଳି ବଞ୍ଚାଇବେ ସେଥିପାଇଁ  ଆୟୋଜିତ ହୋଇଛି ବିରାଟ ପ୍ରଜାମେଳି। ରାଜରାସ୍ତାକୁ ଓଲ୍ହାଇଛନ୍ତି ହଜାର ହଜାର ଆଦିବାସୀ।  ଛତିଶଗଡ଼ ସରକାର ବନ୍ଧୁକ ମୁନରେ ଡ଼ରାଇଲେ ଆମେ ଏହି ଧନୁତୀରରେ ଲଢେଇ କରିବୁ , ମାରିବୁ ପଛେ ଆମ ଭିଟାମାଟିରୁ ଇଞ୍ଚେ ନେବାକୁ ଦେବୁ ନାହିଁ । ଏଭଳି ସ୍ଲୋଗାନ ଦେଇ ଛତିଶଗଡ଼ର ଦାଦାଗିରିକୁ ବିରୋଧ କରିଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳର ଆଦିବାସୀ।

ତିଶଗଡ଼ର କୁକରାଲ ଠାରେ ର୍ନିମାଣଧୀନ ଡ୍ଯାମକୁ ନେଇ ପୁଣି ତେଜିଛି ଆଦିବାସୀଙ୍କ ଆନ୍ଦୋଳନ। ଯାହାଫଳରେ ଶହ ଶହ ପ୍ରଜା କମାରପଲ୍ଲୀ ଠାରେ ଡ୍ଯାମ କାର୍ଯ୍ଯକୁ ବିରୋଧ କରି ପ୍ରଜାମେଳି କରିଛନ୍ତି । ଏହି ଡ୍ଯାମ ସମ୍ପୂର୍ଣ୍ଣ ହେଲେ ୫ଖଣ୍ଡ ପଂଚାୟତର ୪୮ଟି ଗ୍ରାମ ପ୍ରଭାବିତ ହେବ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଆଦିବାସୀ।

damଖାଲି ସେତିକି ନୁହେଁ ଆଦିବାସୀ ମାନଙ୍କର ଶହ ଶହ ଏକର ଚାଷ ଜମି ସହ ଅନେକ ଘର ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି। ଏହା ସହ ସ୍ଥାନୀୟ ଅଞ୍ଚଳରେ ଥିବା ବକ୍ସାଇଟ ଖଣି, ସରକାର ଲିଜ ଦେଇ ଥିବା ଜଙ୍ଗଲ ସହ ସ୍ଥାନୀୟ ଲୋକେ ବର୍ଷ ବର୍ଷ ଧରି ର୍ନିଭର କରିଆସୁଥିବା ଜଙ୍ଗଲ ନଷ୍ଟ ହେବା ସହ ଜୀବିକା ହରାଇବେ । ଏହି ଦୁଇ ଦଫା ଦାବି ନେଇ ସ୍ଥାନୀୟ ଲୋକେ କମାରପଲ୍ଲୀରେ ଏକ ବିରାଟ ରାଲି କରିବା ସହ ବୈଠକ କରିଛନ୍ତି।  ଅଗାମୀ ଦିନରେ ଖଣି ବନ୍ଦ କରିବା ସହ ଡ୍ଯାମ କର୍ଯ୍ଯକୁ ବନ୍ଦ କରିବା ପାଇଁ ସରକାର ପଦକ୍ଷେପ ନେବା ପାଇଁ ଦାବି କରାଯାଇଛି। ଏନେଇ ବିଡ଼ିଓଙ୍କ ଉଦ୍ଧେଶ୍ଯରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ସରକାର ପଦକ୍ଷେପ ନନେଲେ ଅଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ  ଚେତାବନୀ ଦିଆଯାଇଛି।

rallyଅନ୍ଯପଟେ ଏହା ସଫଳ ହେଲେ ଓଡିଶା ବହୁ କ୍ଷତି ସହିବ, ଏବଂ ଏହାଫଳରେ ଲୋକେ ପ୍ରଭାବିତ ହେଲେ ସରକାର ଦାୟୀ ରହିବେ ବୋଲି କୁହାଯାଉଛି । ତେଣୁ ଓଡ଼ିଶା ସରକାର ଏନେଇ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା କରିବା ସହ, ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ  ସାଧାରଣରେ ମତ ପ୍ରକାଶ ପାଇଛି ।

ମାଲକାନଗିରିରୁ ପ୍ରସାଦ ନାୟକଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.