ଚୋରା ଚାଲାଣ ବେଳେ ପୋଲିସ ହାବୁଡରେ ପଡିଯିବା ଭୟରେ ଗଞ୍ଜେଇ ବୋଝେଇ ଗାଡି ଜାଳିଦେଲେ ମାଫିଆ

ମାଲକାନଗିରି: ଗଞ୍ଜେଇ ବୋଝେଇ ଗାଡି ଜାଳିଦେଲେ ମାଫିଆ। ଚୋରା ଚାଲାଣ ବେଳେ ପୋଲିସ ହାବୁଡରେ ପଡିଯିବା ଭୟରେ ଗାଡି ଜାଳିଦେଇଛନ୍ତି। ମାଲକାନଗିରି ଚଲାନଗୁଡ଼ା ଗାଁରେ ଘଟିଛି ଏଭଳି ଘଟଣା।

ଗଞ୍ଜେଇ ଚୋରା ଚାଲାଣ ବେଳେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ପୋଲିସ ହାତରେ ଧରାପଡିଯିବା ଭୟରେ ଗାଡି ଜାଳିଦେଇ ମାଫିଆମାନେ ଫେରାର ହୋଇଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି। ଗାଡିରେ କେତେ ପରିମାଣର ଗଞ୍ଜେଇ ଥିଲା ଓ କେଉଁଠିକୁ ଚାଲାଣ ହେଉଥିଲା ସେନେଇ ଖୋଳତାଡ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.