ପିଏସ୍‌ ବିରଞ୍ଚି ସାହୁଙ୍କ ଜାମିନ ଆବେଦନ ଶୁଣାଣି: ତଦନ୍ତ କେସ ଡାଏରୀ ଦାଖଲ କରିବାକୁ ଭିଜିଲାନ୍ସକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ଯୁଜ୍): ଓଡ଼ିଶା ଷ୍ଟାଫ ସିଲେକସନ ସଚିବ ବିରଞ୍ଚି ନାରାୟଣ ସାହୁଙ୍କ ଜାମିନ ଆବେଦନର ଶୁଣାଣି କରି ତଦନ୍ତର କେସ ଡାଏରୀ ଦାଖଲ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେପ୍ଟେମ୍ବର ୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପରବର୍ତ୍ତୀ ଶୁଣାଣି ସମୟରେ ଭିଜିଲାନ୍ସ ତଦନ୍ତର ଅପଡେଟ ଷ୍ଟାଟସ ସମ୍ପର୍କରେ ହାଇକୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ରହିଛି ।

ପୂର୍ବରୁ ବିରଞ୍ଚିଙ୍କ ପତ୍ନୀ ସୁଧାଂଶୁବାଳା ସାହୁ ସାମ୍ଭାଗ୍ୟ ଗିରଫଦାରୀକୁ ଏଡାଇବା ପାଇଁ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ଜାମିନ ଖାରଜ ହେବା ପରେ ବିରଞ୍ଚି ହାଇକୋର୍ଟରେ ଆବେଦନ କରିଛନ୍ତି । ବିରଞ୍ଚିଙ୍କ ସମ୍ପର୍କୀୟ ମନୋରଞ୍ଜନ ସାହୁ ମଧ୍ୟ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ବିରଞ୍ଚିଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ପାଇଁ ପତ୍ନୀ ଓ ସମ୍ପର୍କୀୟ ସହାୟତା କରିଥିବା ଅଭିଯୋଗ ରହିଛି । ପତ୍ନୀ ସୁଧାଂଶୁବାଳାଙ୍କ ନାଁରେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଥିବା ବେଳେ ସମ୍ପର୍କୀୟଙ୍କ ଘରୁ ୧୩ଲକ୍ଷ ଟଙ୍କା ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.