ଖୋଲିବ କୋଟିପତି ପିଏସ୍‌ ବିରଞ୍ଚି ସାହୁଙ୍କ କଳାକାରନାମାର ଗୁମର, ୪ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ

ଭୁବନେଶ୍ବର(କେନ୍ଯୁଜ୍): ଖୋଲିବ କୋଟିପତି ପିଏସ୍‌ ବିରଞ୍ଚି ସାହୁଙ୍କ କଳାକାରନାମାର ଗୁମର । ତାଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିଛି ଭିଜିଲାନ୍‌ସ । ଆୟଠାରୁ ଅଧିକ ସମ୍ପତ୍ତି ଆଣିଲେ କେଉଁଠୁ , ବିରଞ୍ଚିଙ୍କ କ୍ରାଇମ ନେଟୱର୍କରେ ଆଉ କେଉଁମାନେ ଅଛନ୍ତି ସେନେଇ ତାଙ୍କ ମୁହଁରୁ ସତ ଉଗାରିବ ଭିଜିଲାନ୍ସ । ଚାକିରି ନାଁରେ ଲାଞ୍ଚ କାରବାର ନେଇ ଆସିଥିବା ଅଭିଯୋଗର ମଧ୍ୟ ଗୁମର ଖୋଲିବ ।

ଗତକାଲି OSSC ଅଫିସ୍‌ରେ ଖୋଳତାଡ଼ କରିଥିଲା ତଦନ୍ତକାରୀ ଟିମ । କମିଶନ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ପଚରାଉଚରା କରିଥିଲା । ବିରଞ୍ଚି ଭିଜିଲାନ୍ସ ଜାଲରେ ଛନ୍ଦି ହେବା ପରେ ସ୍କାନରରେ ଅଛନ୍ତି ପତ୍ନୀ ସୁଧାଂଶୁ ବାଳା ସାହୁ ଓ ଶାଳକ ମନୋରଞ୍ଜନ ସାହୁ । ସେମାନଙ୍କ ଜରିଆରେ ଚାକିରି ନାଁରେ ବିରଞ୍ଚି ଟଙ୍କା ଆଦାୟ କରୁଥିଲେ ବୋଲି କୁହାଯାଉଛି । ଏବେ ସେମାନେ ଫେରାର୍‌ ଅଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ । ତାଙ୍କଠୁ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.