Below header

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁଙ୍କ ପତ୍ନୀ, ଆବେଦନ କଲେ ଆଗୁଆ ଜାମିନ୍‌

ଭୁବନେଶ୍ୱର(କେନ୍ଯୁଜ୍): ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କୋଟିପତି ପିଏସ୍‌ ବିରଞ୍ଚି ସାହୁଙ୍କ ପତ୍ନୀ ସୁଧାଂଶୁବାଳା ସାହୁ। ସମ୍ଭାବ୍ୟ ଗିରଫଦାରୀ ଏଡାଇବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରାଯାଇଛି। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍‌ସ ଅଦାଲତରେ ଜାମିନ ଖାରଜ ହେବା ପରେ ହାଇକୋର୍ଟରେ ଆବେଦନ କରିଥିଲେ ବିରଞ୍ଚି ସାହୁ।

ବିରଞ୍ଚିଙ୍କ ସମ୍ପର୍କୀୟ ମନୋରଞ୍ଜନ ସାହୁ ମଧ୍ୟ ଗତ ସପ୍ତାହରେ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ ଦାୟର କରିଥିଲେ। ଆବେଦନକାରୀଙ୍କ ଠାରୁ ଟଙ୍କା ନେବା ଓ ରଖିବାରେ ବିରଞ୍ଚିଙ୍କୁ ସହଯୋଗ ଅଭିଯୋଗରେ ବିରଞ୍ଚିଙ୍କ ସ୍ତ୍ରୀ ଓ ଶାଳକଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ପତ୍ନୀଙ୍କ ନଁରେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଥିବାବେଳେ ସମ୍ପର୍କୀୟଙ୍କ ଘରୁ ମିଳିଥିଲା ୧୩ଲକ୍ଷ ଟଙ୍କା। ଜଣେ କିରାଣୀରୁ କୋଟିପତି ପିଏସ୍‌ ବନିଛନ୍ତି ବିରଞ୍ଚି । ତାଙ୍କଠୁ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ପରେ ଝାରପଡ଼ା ଜେଲ୍‌ରେ ଅଛନ୍ତି ବିରଞ୍ଚି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.