Below header

ଆମକୁ ମରିବାକୁ ଛାଡିଦିଅନ୍ତୁ ନାହିଁ, କାହିଁକି ଏମିତି କହିଲେ ଆଫଗାନିସ୍ତାନ କ୍ରିକେଟର ରାସିଦ ଖାନ୍

ଆମେରିକୀୟ ସୈନ୍ଯ ଫେରିବା ପରେ ଆଫଗାନିସ୍ତାନରେ ପୁଣିଥରେ ତାଲିବାନୀ ଆତଙ୍କୀ ମୁଣ୍ଡ ଟେକିଛି। ତେଣୁ ଆଫଗାନିସ୍ତାନର ଅବସ୍ଥା ଧିରେ ଧିରେ ବିଗିଡ଼ିବାରେ ଲାଗିଛି। ଆମେରିକା ସମେତ ବିଭିନ୍ନ ଦେଶ ନିଜ ଲୋକଙ୍କୁ ଆଫଗାନିସ୍ତାନରୁ ଫେରାଇ ନେଇ ଯାଉଛନ୍ତି । ଏହି ଭିତରେ ଆଫଗାନିସ୍ତାନର ପ୍ରସିଦ୍ଧ କ୍ରିକେଟର ରାସିଦ ଖାନ୍‌ ସାରା ଦୁନିଆର ନେତାଙ୍କୁ ସହାୟତା ପାଇଁ ଅପିଲ୍ କରିଛନ୍ତି। ରାସିଦ ଟ୍ୱିଟରରେ ଅନୁରୋଧ କରିଛନ୍ତି କି, ଆମକୁ ମରିବାକୁ ଛାଡ଼ ନାହିଁ।

ଉଲ୍ଲେଖନୀୟ ଯେ, ଗତ କିଛି ଦିନରୁ ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ମାନଙ୍କର ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ଆଫଗାନିସ୍ତାନର ଅନେକ ସହରରେ କବଜା କରି ସାରିଥିବା ତାଲିବାନ ସେଠାରେ ଅନେକ କ୍ରୁର ହତ୍ୟା ବି କରୁଛି। ଭୟରେ ଲୋକେ ଘରୁ ବାହାରୁନାହାନ୍ତି।

ଏହି ଅବସ୍ଥାରେ ନିଜ ଦେଶର ସ୍ଥିତିକୁ ଉତ୍ତମ କରିବା ପାଇଁ ପ୍ରସିଦ୍ଧ କ୍ରିକେଟର ରାସିଦ ଖାନ୍ ସୋସିଆଲ ମିଡିଆର ସାହାଯ୍ୟ ନେଇଛନ୍ତି। ରାସିଦ ଟ୍ୱିଟ୍‌ରରେ ଲେଖିଛନ୍ତି କି, ସାରା ଦୁନିଆରେ ପ୍ରିୟ ନେତାମାନେ । ମୋ ଦେଶ ସଙ୍କଟରେ । ହଜାର ହଜାର ଲୋକଙ୍କୁ ହତ୍ୟା କରାଯାଉଛି । ମହିଳା ଓ ପିଲାଙ୍କୁ ବି ମାରି ଦିଆଯାଉଛି । ହଜାର ହଜାର ଲୋକ ନିଜ ନିଜର ଘର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । ଏମିତି ଅବସ୍ଥାରେ ଆମକୁ ଏକୁଟିଆ ଛାଡ଼ି ଦିଅନ୍ତୁ ନାହିଁ । ଆଫଗାନୀ ଲୋକଙ୍କର ହତ୍ୟା ଓ ଆଫଗାନିସ୍ତାନକୁ ଧ୍ୱଂସ ହେବାରୁ ବଞ୍ଚାଇ ଦିଅନ୍ତୁ । ଆମେ ଶାନ୍ତି ଚାହୁଁଛୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.