Below header

ଯାଜପୁର: ଷଡ଼େଇ ପୋଖରୀ ନିକଟରୁ ଉଚ୍ଛେଦକୁ ବିରୋଧ, ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଆନ୍ଦୋଳନ

ଯାଜପୁର ଟାଉନ୍: ଯାଜପୁର ତହସିଲର ଅବଦଲପୁର ଓ ବାଣପୁର ଗାଁ ସଂଲଗ୍ନ ଷଡ଼େଇ ପୋଖରୀ ନିକଟରୁ ଉଚ୍ଛେଦକୁ ବିରୋଧ । ପୋଖରୀର ପୁନରୁଦ୍ଧାର ସହ ଅତ୍ୟାଧୁନିକ ପାର୍କ ନିର୍ମାଣ ପାଇଁ ମଂଜୁରି ଆସିବା ପରେ ଏଠାରୁ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାରୀ ଜମିରେ ବସବାସ କରୁଥିବା ୫୦ରୁ ଅଧିକ ପରିବାରକୁ ନୋଟିସ ଜାରି କରାଯାଇଥିବା ବେଳେ ସେମାନେ ଏହାର ବିରୋଧ କରିଛନ୍ତି । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ କରିଛନ୍ତି ଆନ୍ଦୋଳନ । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି, ସେଠାରୁ ରହୁଥିବା ଭୂମିହୀନଙ୍କୁ ଜାଗା ଯୋଗାଇଦିଆଯିବ । ଏଥିସହ ଜବରଦଖଲକୁ ଉଚ୍ଛେଦ କରାଯାଇ ସରକାରୀ ଜମିକୁ କବଜାକୁ ଅଣାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.