Below header

କେନ୍ଦୁଝର: ପୋଲିସ୍‌ ବାବୁ ଭଲ କାମ କରୁଛନ୍ତି, ଆମେ ତାଙ୍କୁ ଛାଡ଼ିବୁ ନାହିଁ, ବଦଳିକୁ ବିରୋଧ କରି ଏସଡିପିଓଙ୍କୁ ଘେରିଲେ ଲୋକେ

ଆନନ୍ଦପୁର (କେନ୍ୟୁଜ୍): ଏ ପୋଲିସ୍‌ ବାବୁ ଜଣକ ବହୁତ ଭଲ କାମ କରୁଛନ୍ତି । ତେଣୁ ତାଙ୍କୁ ବଦଳି କରନ୍ତୁ ନାହିଁ । ଏଭଳି କହିବା ସହ ଜଣେ ପୋଲିସ୍‌ ଅଧିକାରୀଙ୍କ ବଦଳି ବାତିଲ କରିବା ଲାଗି ସ୍ଥାନୀୟ ଲୋକେ ଏକଜୁଟ ହେବାର ଭିନ୍ନ ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରତିବାଦରେ କେନ୍ଦୁଝର ଏସଡିପିଓଙ୍କୁ ଘେରିଲେ ଲୋକେ । ଏସଡିପିଓ ଦାବିକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ସମାଧାନ ଦିଗରେ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀ ଶାନ୍ତ ପଡ଼ିଥିଲେ ।

କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ରାମଚନ୍ଦ୍ରପୁର ଥାନା ସବ ଇନ୍ସପେକ୍ଟର ବିଶ୍ୱଜିତ ବେହେରାଙ୍କର ଅନ୍ୟତ୍ର ବଦଳି ପାଇଁ ନିର୍ଦ୍ଦେଶ ଆସିଛି । ହେଲେ ସ୍ଥାନୀୟ ଲୋକେ ଏହି ବଦଳିକୁ ବିରୋଧ କରିଛନ୍ତି । ସବ ଇନ୍ସପେକ୍ଟର ବିଶ୍ୱଜିତ ବେହେରାଙ୍କ ଦ୍ୱାରା ରାମଚନ୍ଦ୍ରପୁର ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ସହ,ବାଲି ପଥର ମାଫିଆ ହ୍ରାସ ପାଇଥିଲେ । ସେହିଭଳି ଚୋରାମଦ କାରବାର କ୍ଷେତ୍ରରେ ବି ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ତେଣୁ ଷଡଯନ୍ତ୍ର କରି ବଦଳି କରାଯାଇଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.