ରୋଷେଇ ଘରେ ଥିବା ଏହି ଦୁଇଟି ଜିନିଷ ବ୍ୟବହାର କରି ବ୍ଲାକହେଡ୍ସକୁ କୁହନ୍ତୁ ଗୁଡ୍‌ବାଏ

ବର୍ତ୍ତମାନ ଶୀତ ଧୀରେ ଧୀରେ ସରୁଥିବା ବେଳେ ପାଦ ଥାପୁଛି ଗ୍ରୀଷ୍ମ। ଏଣୁ ପରିବେଶରେ ମଧ୍ୟ ପରିବର୍ତ୍ତନ ଦେଖାଯାଉଛି। ଗରମ, ଥଣ୍ଡା ମାସରେ ପ୍ରାୟତଃ ଉଭୟ ପୁରୁଷ ଓ ମହିଳାଙ୍କର ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ। ଏହି ମାସରେ ତ୍ୱଚା ଶୁଷ୍କ ହୋଇଯିବା ସହ ବ୍ଲାକ୍‌ ହେଡ୍ସ ସମସ୍ୟା ବଢ଼ିଯାଏ। ବ୍ଲାକ୍‌ ହେଡ୍ସରୁ ମୁକ୍ତି ପାଇବାକୁ ପ୍ରାୟତଃ ମହିଳାମାନେ ପାର୍ଲର ଯାଇଥାନ୍ତି। ପାର୍ଲରରେ ସ୍କ୍ରବିଂ ଓ ବିୟୁଟି ପ୍ରଡକ୍ଟ ବ୍ଲାକ୍‌ ହେଡ୍ସକୁ ଦୂର କରିବ ପରିବର୍ତ୍ତେ ବଢ଼ାଇଦିଏ। ଆପଣ ବି ଯଦି ବ୍ଲାକ୍‌ ହେଡ୍ସ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ପାର୍ଲରକୁ ଯିବା ପରିବର୍ତ୍ତେ କେତେକ ଘରୋଇ ଦ୍ରବ୍ୟରେ ଏହାକୁ ଦୂର କରିପାରିବେ। ଆସନ୍ତୁ ଜାଣିବା ଘରୋଇ ଉପାୟରେ ବ୍ଲାକ୍‌ ହେଡ୍ସ ଦୂର କରିବେ କିପରି…

ଚିନି:

sugar

ଚିନି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥିଲେ ମଧ୍ୟ ତ୍ୱଚା ପାଇଁ ଏହା ବେଶ୍‌ ଉପଯୋଗୀ। ଅଧ ଚାମଚ ଚିନିକୁ ନାକ ଓ ମୁହଁରେ ଘଷିବା ଦ୍ୱାରା ଡେଡ୍‌ ସ୍କ୍ରିନ୍‌ ବାହାରିଯାଏ। ଏଥିସହ ରକ୍ତ ସଞ୍ଚାଳନ ମଧ୍ୟ ତ୍ୱରାନ୍ଵିତ ହୋଇଥାଏ। ଫଳରେ ତ୍ୱଚା ନରମ ଓ ଚମକଦାର ହୋଇଥାଏ।
ଏଥିପାଇଁ ଏକ ଚାମଚ ଚିନି ନେଇ ସେଥିରେ ୪ ଚାମଚ ଜୋଜୋବା ଅଏଲ ମିଶାନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ହାଲ୍‌କା ଘଷନ୍ତୁ। ଏଭଳି ୫ ମିନିଟ୍‌ କରିବା ପରେ ଉଷୁମ ପାଣିରେ ମୁହଁକୁ ପରିଷ୍କାର କରି ଧୋଇଦିଅନ୍ତୁ।

ଲେମ୍ବୁ ରସ:

lemon

ଲେମ୍ବୁ ରସ ଦ୍ୱାରା ମଧ୍ୟ ବ୍ଲାକ ହେଡ୍ସକୁ ସହଜରେ ଦୂର କରିହେବ। ଏଥିପାଇଁ ଏକ ପାତ୍ରରେ ଲେମ୍ବୁକୁ ଚିପୁଡ଼ି ଦିଅନ୍ତୁ। ଏହି ରସକୁ ତୁଳା କିମ୍ବା ଏକ ସଫା କପଡ଼ାରେ ମୁହଁରେ ଲଗାନ୍ତୁ। ସପ୍ତାହକୁ ଦୁଇ ତିନି ଥର ଏଭଳି କରିବା ଦ୍ୱାରା ବ୍ଲାକ୍‌ ହେଡ୍ସ ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.