କଲରାବାଙ୍କ ରାମ ମନ୍ଦିରରେ ପୂଜାର୍ଚ୍ଚନା, ଯୋଗଦେଲେ କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡକ୍ଟର ଇତି ସାମନ୍ତ

କଟକ ଜିଲ୍ଲା ଆଦର୍ଶ ଗ୍ରାମ କଲରାବାଙ୍କ ଠାରେ ରାମ ମନ୍ଦିରରେ ପୂଜାର୍ଚ୍ଚନା। ନୀଳିମା ରାଣୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ମହାପ୍ରଭୁ ରଘୁନାଥଜୀଉ ଓ ଭକ୍ତ ଶିରୋମଣି ସଙ୍କଟ ମୋଚନଙ୍କ ମନ୍ଦିର ପରିସରରେ ପୂଜାର୍ଚ୍ଚନା ହୋଇଛି।

ଜଗତସିଂହପୁର : କଟକ ଜିଲ୍ଲା ଆଦର୍ଶ ଗ୍ରାମ କଲରାବାଙ୍କ ଠାରେ ରାମ ମନ୍ଦିରରେ ପୂଜାର୍ଚ୍ଚନା। ନୀଳିମା ରାଣୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ମହାପ୍ରଭୁ ରଘୁନାଥଜୀଉ ଓ ଭକ୍ତ ଶିରୋମଣି ସଙ୍କଟ ମୋଚନଙ୍କ ମନ୍ଦିର ପରିସରରେ ପୂଜାର୍ଚ୍ଚନା ହୋଇଛି। ଅଯୋଧ୍ୟ୍ୟ ଠାରେ ରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଅବସରରେ କଲରାବାଙ୍କ ମନ୍ଦିରରେ ଯଜ୍ଞ ହୋମ,ଦୀପଦାନ ଓ ପୂଜାର୍ଚ୍ଚନ୍ନI ,ମହାସ୍ନାନ ,ଆଳତି ,ମଇଲମ,ତଡପ ,ନାମ ସଂକୀର୍ତ୍ତନ ଆଦି ବହୁ ଆଡମ୍ବର ସହକାରେ ପାଳିତ ହୋଇଛି।

k banka

ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଆସି ପ୍ରଭୁଙ୍କ ଦର୍ଶନ କରିବା ସହ ଦୀପ ଦାନ ପୂଜାର୍ଚ୍ଚନା ଓ ପ୍ରସାଦ ସେବନ କରିଥିଲେ। ଏହି ଅବସରରେ କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡକ୍ଟର ଇତି ସାମନ୍ତ ଯୋଗଦେଇ ପ୍ରଭୁଙ୍କ ପୁଜାର୍ଚ୍ଚନା କରିବା ସହିତ କଲରାବାଙ୍କ ସ୍କୁଲ ପିଲାମାନଙ୍କ ସହିତ ରାମନାମ ଜପ କରିଥିଲେ। କାର୍ଯ୍ୟକ୍ରମକୁ ନୀଳିମା ରାଣୀ ମେମୋରିଆଲ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା, ମନ୍ଦିର ପୁଜାରୀମାନେ ପରିଚାଳନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.