Below header

ପରଲୋକରେ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ଶୋକ ବ୍ୟକ୍ତ କଲେ କନ୍ଧମାଳ ସାଂସଦ ତଥା କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

ପରଲୋକରେ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ତଥା ସାହିତ୍ୟକ ଅରୁଣ ପଣ୍ଡା । ୭୬ ବର୍ଷ ବୟସରେ କଟକ ସିଡିଏ ସେକ୍ଟର ୬ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ସେ ଗତ ୨ ମାସ ହେବ ଅସୁସ୍ଥ ଥିଲେ। ଜଣେ ନିର୍ଭିକ ସାମ୍ବାଦିକ ଭାବରେ ତାଙ୍କର ସୁନାମ ଥିଲା।

କଟକ : ପରଲୋକରେ ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର ତଥା ସାହିତ୍ୟକ ଅରୁଣ ପଣ୍ଡା । ୭୬ ବର୍ଷ ବୟସରେ କଟକ ସିଡିଏ ସେକ୍ଟର ୬ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ସେ ଗତ ୨ ମାସ ହେବ ଅସୁସ୍ଥ ଥିଲେ। ଜଣେ ନିର୍ଭିକ ସାମ୍ବାଦିକ ଭାବରେ ତାଙ୍କର ସୁନାମ ଥିଲା। କଟକ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସେ ସମାଜ ଖବରକାଗଜର ସ୍ୱତନ୍ତ୍ର ପ୍ରତିନିଧି ଭାବରେ କାର୍ଯ୍ୟ କରିଛନ୍ତି।

ଜଣେ ସୁବକ୍ତା ଓ ଲେଖକ ଭାବରେ ମଧ୍ୟ ସେ ଜଣାଶୁଣା ଥିଲେ। ସେ ଅନେକ ପୁସ୍ତକ ରତନା କରିଛନ୍ତି। ତାଙ୍କ ବିୟୋଗରେ ସମଗ୍ର ସାହିତ୍ୟ, ସାମ୍ବାଦିକ ଏବଂ ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି। ବହୁ ରାଜନେତା, ପ୍ରଶାସନିକ ଅଧିକାରୀ, ସାମ୍ବାଦିକ, ସାହିତ୍ୟକ ତାଙ୍କ ବାସଭବନରେ ଶେଷ ଦର୍ଶନ କରିଛନ୍ତି। ତାଙ୍କ ଶେଷକୃତ୍ୟ ସତୀଚଉରାରେ ସମ୍ପନ୍ନ ହେବ।

ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅରୁଣ ପଣ୍ଡାଙ୍କ ବିୟୋଗରେ କନ୍ଧମାଳ ସାଂସଦ ତଥା କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଦୀର୍ଘ ବର୍ଷ ଧରି ଅରୁଣ ପଣ୍ଡାଙ୍କ ସହ ଡ. ସାମନ୍ତଙ୍କ ଆତ୍ମୀୟତା ଓ ଘନିଷ୍ଠତା ରହି ଆସିଥିଲା। ସେ ଜଣେ ସଚୋଟ ଓ ନିର୍ଭୀକ ଭାବେ ତାଙ୍କର ଲେଖନୀ ଚାଳନା କରି ଆସିଥିଲେ। ସାମ୍ୱାଦିକତା ଏବଂ ସମାଜସେବା କ୍ଷେତ୍ରରେ ସେ ଛାଡି ଯାଇଥିବା ଛାପ ପରବର୍ତ୍ତୀ ପିଢୀ ପାଇଁ ପ୍ରେରଣା ହୋଇ ରହିବା ବୋଲି ଡ. ସାମନ୍ତ ନିଜ ଶୋକବାର୍ତ୍ତାରେ କହିଛନ୍ତି। ସ୍ଵର୍ଗତ ପଣ୍ଡାଙ୍କ ଅମର ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସଂତପ୍ତ ପରିବାର ପ୍ରତି ଡ. ସାମନ୍ତ ସମବେଦନା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.