ପୁରୀ ହାଜର ମୃତ୍ୟୁ ମାମଲା: ଆଜି ହାଇକୋର୍ଟରେ ହେବ ଶୁଣାଣି

ପୁରୀ : ପୁରୀ ହାଜର ମୃତ୍ୟୁ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି । ଗତ ୧୪ ତାରିଖରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ପୁରୀ ଏସ୍‌ପି କନୌର ବିଶାଲ ସିଂଙ୍କ ପକ୍ଷରୁ ତଦନ୍ତର ଅଗ୍ରଗତି ନେଇ ଏକ ସତ୍ୟପାଠ ଦାଖଲ କରଯାଇଥିଲା । ଏନଏଚଆରସି ଗାଇଡ଼ଲାଇନ ଅନୁଯାୟୀ ତଦନ୍ତ ଜାରି ରହିଥିବା ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ପୁରୀ ଏସ୍‌ପି ।

ଏହି ଘଟଣା ଉଭୟ ରାଜ୍ୟ ମାନବାଧିକାର କମିଶନ ଓ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟିକୁ ଆସିଛି । ଏନଏଚଆରସିରେ ଏ ନେଇ ମାମଲା ରୁଜୁ ହୋଇଥିବା ବେଳେ ଘଟଣାସ୍ଥଳ ପରିଦର୍ଶନ କରି ଏ ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଏନଏଚଆରସି ନିଯୁକ୍ତ ଇଷ୍ଟଯୋନ ସ୍ୱତନ୍ତ୍ର ଅଧିକାରୀ ଅବସରପ୍ରାପ୍ତ ଆଇଏଏସ ଅଫିସର ବିନୋଦ ଅଗ୍ରୱାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଏସପି ଏ ନେଇ ଜିଲା ଦୌରାଜଜ୍‌ଙ୍କୁ ଜଣାଇଥିବା ବେଳେ ଜିଲା ଜଜଙ୍କ ନିର୍ଦ୍ଦେଶରେ ପୁରୀ JMFC ଘଟଣାର ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.