Below header

“ପରିକ୍ରମା ପ୍ରକଳ୍ପ” ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର: ୧୨ ତାରିଖ ପୂର୍ବରୁ ଶ୍ରୀମନ୍ଦିରକୁ ହେବ ପ୍ରକଳ୍ପ ହସ୍ତାନ୍ତର

ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ସଜେଇ ହେଉଛି ପୁରୀ । ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୯୯ ପ୍ରତିଶତ କାର୍ଯ୍ୟ ସରିଲାଣି । ଆଜିଠୁ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ୧୨ ତାରିଖ ପୂର୍ବରୁ ସମସ୍ତ ପ୍ରକଳ୍ପ ହସ୍ତାନ୍ତର ହେବ।

ପୁରୀ (କେନ୍ୟୁଜ): ପରିକ୍ରମା ପ୍ରକଳ୍ପ ଉଦଘାଟନ ପାଇଁ ସଜେଇ ହେଉଛି ପୁରୀ । ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୯୯ ପ୍ରତିଶତ କାର୍ଯ୍ୟ ସରିଲାଣି । ଆଜିଠୁ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ୧୨ ତାରିଖ ପୂର୍ବରୁ ସମସ୍ତ ପ୍ରକଳ୍ପ ହସ୍ତାନ୍ତର ହେବ। ଆଜି ପୁରୀର ସବୁ ମୁଖ୍ୟ ମନ୍ଦିର ଓ ପୂର୍ବତନ ପରିଚାଳନା କମିଟି ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି । ୧୮ ତାରିଖରୁ ସମଙ୍ଗ, ଶ୍ରୀମାର୍ଗ ଦେଇ ପରିକ୍ରମା ପ୍ରକଳ୍ପକୁ ଆସିବେ ଭକ୍ତ । ଏଥିପାଇଁ ପୁରୀ ସହରକୁ ଆଧ୍ୟାତ୍ମିକ ରୂପ ଦିଆଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ। ଗୋଟିଏ ପଟେ କାମ ଜୋରସୋରରେ ଚାଲିଥିବା ବେଳେ ଅନ୍ୟପଟେ ଗାଁ ଗାଁରେ ବୁଲିଛୁ ଜୟ ଜଗନ୍ନାଥ ଅର୍ପଣ ରଥ । ଗାଁ ଗାଁରୁ ସଂଗ୍ରହ ହେଉଛି ଗୁଆ ଚାଉଳ । ବିଭିନ୍ନ ସ୍ଥାନରେ ରଥ ପହଞ୍ଚିବା ପରେ ଭବ୍ୟ ସ୍ବାଗତ ଜଣାଉଛନ୍ତି ଅଞ୍ଚଳବାସୀ। ଘଣ୍ଟ ଘଣ୍ଟା ସାଙ୍ଗକୁ ନାମ ସଙ୍କୀର୍ତ୍ତନ ଓ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଛି ସମଗ୍ର ପରିବେଶ ।

ସମସ୍ତ ପଞ୍ଚାୟତରୁ ସଂଗୃହୀତ ଅରୁଆ ଚାଉଳ ଓ ଗୁଆ ସ୍ଥାନୀୟ ମନ୍ଦିରରେ ରଖାଯାଇ ପୂଜାର୍ଚ୍ଚନା ପରେ ପୁରୀ ଶ୍ରୀମନ୍ଦିର ପଠାଯିବାର ବ୍ୟବସ୍ଥା ହୋଇଛି।
୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ଶ୍ରୀମନ୍ଦିର ପୁରୋହିତଙ୍କ ନିର୍ଦ୍ଦେଶ କ୍ରମେ ମନ୍ଦିରର ଐଶାନ୍ଯ କୋଣରେ ନିର୍ମାଣ ହେଉଛି ଯଜ୍ଞ ମଣ୍ଡପ। ସମ୍ପୂର୍ଣ୍ଣ ଶାସ୍ତ୍ରବିଧି ଅନୁସାରେ ଯଜ୍ଞ ମଣ୍ଡପ ନିର୍ମାଣ କରାଯାଉଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗ ଦେବେ ଦେଶର ୬୦ ଓ ରାଜ୍ୟର ୩୦ସ୍ଥାନରୁ ଅତିଥି।୧୪ ତାରିଖରୁ ଲୋକାର୍ପଣ ପାଇଁ ସୁରକ୍ଷା ବଳୟରେ ରହିବ ପୁରୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.