କାନ୍ଥରେ ଲାଗିଛି ପୋଷା ବିଲେଇର ପୋଷ୍ଟର, ଖୋଜି ଆଣିଲେ ମିଳିବ ୧ ଲକ୍ଷ ଟଙ୍କା

ନୋଏଡ଼ାର ଏକ ଦମ୍ପତି ନିଜର ହଜିଯାଇଥିବା ବିଲେଇ ବିଷୟରେ ଲୋକଙ୍କୁ ଜଣାଇବା ପାଇଁ କାନ୍ଥରେ ପୋଷ୍ଟର ଲଗାଇଛନ୍ତି । ବିଲେଇ ହଜିଯାଇଥିବା କଥାକୁ ଜଣାଇବା ସହ ଏହି ଦମ୍ପତି ଏମିତି କିଛି ପୋଷ୍ଟରେ ଲେଖିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଅନେକ ଲୋକ ଥାଆନ୍ତି ଯେଉଁମାନେ ଘରେ ବିଲେଇ କୁକୁର ରଖନ୍ତି । ବଡ଼ ସଉକରେ ବି ସେମାନଙ୍କୁ ପାଳିଥାନ୍ତି । ତାଙ୍କୁ ଟିକେ ଆଘାତ ହେଲେ ତାଙ୍କ ମାଲିକମାନେ ଜମା ବି ସହି ପାରନ୍ତି ନାହିଁ । କିଛି ମାଲିକ ଏପରି ଥାଆନ୍ତି ଯେଉଁମାନଙ୍କ ପୋଷା ଜୀବ ହଜିଗଲେ ସେମାନେ ବ୍ୟସ୍ତ ହୋଇ ଯାଆନ୍ତି । ସମାନ ଭାବେ ଆମେ ଆଜି ଆପଣଙ୍କୁ ଏପରି ଏକ ଖବର ବିଷୟରେ ଜଣାଇବାକୁ ଯାହା ବିଷୟରେ ଜାଣିଲେ ଆପଣ ବି ତାଜୁବ ହେବେ ।

ନୋଏଡ଼ାର ଏକ ଦମ୍ପତି ନିଜର ହଜିଯାଇଥିବା ବିଲେଇ ବିଷୟରେ ଲୋକଙ୍କୁ ଜଣାଇବା ପାଇଁ କାନ୍ଥରେ ପୋଷ୍ଟର ଲଗାଇଛନ୍ତି । ବିଲେଇ ହଜିଯାଇଥିବା କଥାକୁ ଜଣାଇବା ସହ ଏହି ଦମ୍ପତି ଏମିତି କିଛି ପୋଷ୍ଟରେ ଲେଖିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଲୋକମାନେ ବି ଏ ପୋଷ୍ଟର ଦେଖି ବିଲେଇ ଖୋଜିବା ପାଇଁ ଲାଗି ପଡ଼ିଛନ୍ତି । କଥା ଟା ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ ଦମ୍ପତ୍ତି ପ୍ରତିଶ୍ରୁତି ଦେଇଛନ୍ତି ଯେ ତାଙ୍କ ବିଲେଇକୁ ଯିଏ ଖୋଜି ଆଣିଦେବ ସେମାନେ ତାଙ୍କୁ ୧ ଲକ୍ଷ ଟଙ୍କା ପୁରଷ୍କାର ଦେବେ । ନିଖୋଜ ଥିବା ପୋଷା ବିଲେଇର ପୋଷ୍ଟର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିଖୋଜ ବିଲେଇଟି ଦେଢ଼ ବର୍ଷର ମେଲ୍‌ ପର୍ସିଆନ ବିଲେଇ । ବିଲେଇର ମାଲିକ ଅଜୟ କୁମାର ଏହି ପୋଷ୍ଟର ଲଗାଇଥିବା ଜଣା ପଡ଼ିଛି ।

ଉତ୍ତରପ୍ରଦେଶର ନୋଏଡ଼ାର ରାସ୍ତାର ଗଳି କନ୍ଦିରେ ଏହି ପୋଷ୍ଟର ଲଗାଯାଇଥିବା ଦେଖାଯାଇଛି । ଲୋକଙ୍କ ଘରର କାନ୍ଥ ହେଉ କିମ୍ବା ବିଜୁଳି ଖୁଣ୍ଟ ହେଉ ଆପଣ ସବୁ ସ୍ଥାନରେ କେବଳ ଗୋଟିଏ ପୋଷ୍ଟର ଦେଖିବା ପାଇବେ । ଲୋକମାନେ ଏହି ପୋଷ୍ଟର ଦେଖିବା ପରେ କିପରି ୧ ଲକ୍ଷ ଟଙ୍କା ପାଇବେ ଚିନ୍ତା କରୁଛନ୍ତି । ପୋଷ୍ଟରରେ ଲେଖାଯାଇଛି ମିସିଙ୍ଗ୍‌ କ୍ୟାଟ । ଏହା ସହିତ ବିଲେଇର ମାଲିକ ଏହି ପୋଷ୍ଟରରେ ଏକ ଲକ୍ଷ ଟଙ୍କା ରାଶିର ପୁରସ୍କାର ଘୋଷଣା କରିଛନ୍ତି । ବିଲେଇର ବୟସ ଦେଢ଼ ବର୍ଷ ଏବଂ ଏହାର ରଙ୍ଗ ହାଲୁକା ବାଦାମୀ ରଙ୍ଗର ଦେଖାଯାଇଛି । କେବଳ ଏତିକି ନୁହେଁ, ବିଲେଇ ବେକରେ ଧଳା ଚୁଟି ଥିବା କଥା ପୋଷ୍ଟରରେ କୁହାଯାଇଛି । ଯିଏ ବିଲେଇ ଖୋଜି ଆଣିବ ତାକୁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ମଧ୍ୟ ଲେଖାଯାଇଛି ।

ଅନଲାଇନ୍ ରେ ଏହି ପୋଷ୍ଟ ସେୟାର ହେବା ପରେ ଏହାକୁ ଅନେକ ଲୋକ ଲାଇକ୍‌ କରିଛନ୍ତି । ଏହି ପୋଷ୍ଟର ନୋଏଡାର ସେକ୍ଟର ୬୨ ଅଞ୍ଚଳରୁ ଆସିଛି ଏବଂ ୨୪ ଡିସେମ୍ବର ଠାରୁ ବିଲେଇ ନିଖୋଜ ଥିବା କଥା କୁହାଯାଉଛି । ନିଖୋଜ ବିଲେଇର ପୋଷ୍ଟର ଅନଲାଇନରେ ଭାଇରାଲ ହୋଇଥିଲା ଏବଂ ଅନେକ ଲୋକ ବିଲେଇ ଖୋଜିବାକୁ ଇଚ୍ଛା ପ୍ରକାଶ କରିଥିଲେ । ବିଲେଇର ନାମ ଚିକୁ ବୋଲି ଜଣା ପଡ଼ିଛି । ତାକୁ ଫେରାଇ ଆଣିବା ପାଇଁ ମାଲିକ ଜଣଙ୍କ ତାଙ୍କ ଘର ଆଖପାଖର ସମସ୍ତ ଅଞ୍ଚଳରେ ପୋଷ୍ଟର ଲଗାଇଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.