୪ ବର୍ଷର ପୁଅକୁ ମାରି ବ୍ୟାଗରେ ଧରି ଗୋଆରୁୁ କର୍ଣ୍ଣାଟକ ଯାତ୍ରା କଲା ମା’, ଏବେ ପୋଲିସ କଲା ଗିରଫ

ରାକ୍ଷସୀ ସାଜିଲା ମା’ । ଷ୍ଟାର୍ଟଅପ୍‌ କମ୍ପାନୀର ସିଇଓ ନିଜ ୪ ବର୍ଷର ପିଲାକୁ ମାରି ବ୍ୟାଗରେ ଧରି ଯାତ୍ରା କରୁଥିବା ବେଳେ ପୋଲିସ ଧରିଲା । ପୁଅକୁ ଗୋଆରୁ ମାରି କର୍ଣ୍ଣାଟକ ନେଇ ଯାଉଥିବା ବେଳେ ବାନ୍ଧିଲା ପୋଲିସ ।

ଷ୍ଟାର୍ଟଅପ୍‌ କମ୍ପାନୀର ସିଇଓ ନିଜର ୪ ବର୍ଷର ପୁଅକୁ ହତ୍ୟା କରି ଶବକୁ ବ୍ୟାଗରେ ଧରି ଯାତ୍ରା କଲା ମା’ ।୩୯ ବର୍ଷୀୟ ମହିଳାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ମହିଳା ଜଣକ ନର୍ଥ ଗୋଆରେ ପୁଅକୁ ହତ୍ୟା କରି ଏକ ବ୍ୟାଗରେ ମୃତଦେହକୁ ରଖି କର୍ଣ୍ଣାଟକ ନେଇଯାଉଥିବା ବେଳେ ପୋଲିସ ଗିରଫ କରିଛି । ତେବେ ହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ସୂଚନା ମୁତାବକ, ମହିଳାଙ୍କ ଜଣକ ହେଉଛନ୍ତି ୩୯ ବର୍ଷୀୟ ସୂଚନା ସେଟ୍‌ । ସେ ବେଙ୍ଗାଲୁରୁର ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଷ୍ଟାର୍ଟ ଅପ୍ କମ୍ପାନୀର ଏଆଇ ଲ୍ୟାବର ସହ-ପ୍ରତିଷ୍ଠାତା ତଥା ସିଇଓ । ସେ ଉତ୍ତର ଗୋଆର କାଣ୍ଡୋଲିମର ଏକ ହୋଟେଲରେ ରହୁଥିଲେ । ସେଠାରେ ତାଙ୍କ ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମହିଳା ଜଣକ ରହୁଥିବା ହୋଟେଲ  ରୁମ୍‌ ଚେକ୍‌ ଆଉଟ କରିବା ପରେ ସଫେଇ କର୍ମଚାରୀ ରକ୍ତ ଦାଗ ଦେଖି ସନ୍ଦେହ କରିଥିଲେ । ସୋମବାର ୮ ଜାନୁଆରୀ ସକାଳ ସୂଚନା ବ୍ୟାଗ୍‌ ନେଇ ହୋଟେଲ  ରୁମରୁ ବାହାରିଥିଲେ । ସେଥିରେ ରକ୍ତ ଲାଗିଥିଲା । ରୁମରୁ ଏକୁଟିଆ ବାହାରି ହୋଟେଲ କର୍ମଚାରୀକୁ ଟାକ୍ସି ବୁକ୍‌ କରିବାକୁ କହିଥିଲେ । ଆପାର୍ଟମେଣ୍ଟ ଷ୍ଟାଫ ତାଙ୍କୁ ଫ୍ଲାଇଟ ବୁକ କରିବା ପାଇଁ କହିଥିଲେ । କିନ୍ତୁ ସେ ମନା କରିଦେଇଥିଲେ ।

ତା’ ପରେ ହୋଟେଲ  କର୍ମଚାରୀମାନେ ତାଙ୍କ ପୁଅ ସାଙ୍ଗରେ ନଥିବା ଦେଖି ସନ୍ଦେହ କହିଥିଲେ । ସନ୍ଦେହ କରିବା ପରେ ଏନେଇ ପୋଲିସକୁ ଖବର ଦେବା ପରେ ମହିଳା ଜଣକ ବେଙ୍ଗାଲୁରୁରେ ପହଞ୍ଚିବା ପୂର୍ବରୁ ପୋଲିସ ତାଙ୍କୁ ମୃତଦେହ ସହ ଧରିଥିଲା । ସୂଚନା ସେଠଙ୍କୁ ଗତକାଲି କର୍ଣ୍ଣାଟକର ଚିତ୍ରଦୁର୍ଗଠାରେ ଗିରଫ କରାଯାଇଛି । ମହିଳା ଜଣଙ୍କୁ ପଚରାଉଚରା ପାଇଁ ଗୋଆକୁ ନିଆଯାଇଛି ।

ପୋଲିସ କହିବା ମୁତାବକ, ସୂଚନା ସେଠ ୨୦୧୦ରେ ବିବାହ କରିଥିଲେ । ୨୦୧୯ରେ ତାଙ୍କର ପୁଅ ଜନ୍ମ ହୋଇଥିଲା । ତେବେ ୨୦୨୦ରେ କୌଣସି କାରଣ ଯୋଗୁଁ ସେମାନଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା । ଏହା ପରେ ନିଜ ପୁଅକୁ ପ୍ରତି ରବିବାର ବ୍ୟକ୍ତି ଜଣକ ଦେଖା କରିପାରିବେ ବୋଲି କୋର୍ଟ ଆଦେଶ ଦେଇଥିଲେ । ଯାହା ସୂଚନାଙ୍କୁ ପସନ୍ଦ ନଥିଲା । ଏହି କାରଣ ଯୋଗୁଁ ସବୁବେଳେ ଟେନସନରେ ରହୁଥିଲେ ସୂଚନା । ନିଜ ପୁଅକୁ ପୂର୍ବତନ ସ୍ୱାମୀଙ୍କ ସହିତ ଦେଖା କରିବାକୁ ପସନ୍ଦ କରୁନଥିଲେ ।

ଆଉ ନିଜ ପୁଅକୁ କିଭଳି ଏଥିରୁ ନିବୃତ୍ତ ରଖିବେ, ତାହାର ଉପାୟ ଖୋଜିଦେଇଥିଲେ । ଏଭଳି ନରକୀୟ କାଣ୍ଡ ରଚିବା ପାଇଁ ଷଡଯନ୍ତ୍ର ରଚିଥିଲେ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.