ଆକାଶ ପଥ ସହ ଯୋଡ଼ି ହେଲା ମାଲକାନଗିରି, ଲାଲଗଡ଼ରେ ବିମାନ ବନ୍ଦରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବିକାଶ ଯାତ୍ରାରେ ମାଲକାନଗିରି ଜିଲ୍ଲାରେ ଯୋଡ଼ି ହେଲା ଆଉ ଏକ ନୂଆ ପର୍ଦ୍ଦ । ମାଲକାନଗିରି ବିମାନ ବନ୍ଦରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମାଲକାନଗିରି (କେନ୍ୟୁଜ): ଲାଲଗଡ଼କୁ ସିଧାବିମାନ ।  ବିକାଶ ଯାତ୍ରାରେ ମାଲକାନଗିରି ଜିଲ୍ଲାରେ ଯୋଡ଼ି ହେଲା ଆଉ ଏକ ନୂଆ ପର୍ଦ୍ଦ । ଗୁରୁପ୍ରିୟା ସେତୁ ପରେ ଆକାଶପଥରେ ଯୋଡ଼ି ହୋଇଛି ସ୍ବାଭିମାନ ଅଞ୍ଚଳ । ମାଲକାନଗିରି ବିମାନ ବନ୍ଦରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ମଧ୍ୟ ମାଲକାନଗିରିରେ ପହଞ୍ଚିଛନ୍ତି । ଏହାଛଡ଼ା ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି । ମାଲକାନଗିରି ଠାରେ ନିର୍ମାଣ ହୋଇଥିବା ନୂତନ ବିମାନବନ୍ଦର ଶୁଭାରମ୍ଭ ହେବାପରେ ଜିଲ୍ଲାବାସୀଙ୍କ ସ୍ବପ୍ନ ପୂରଣ ହୋଇଛି ।

ମାଲକାନଗିରି ସହର ଉପକଣ୍ଠ କୋଟେଲଗୁଡ଼ାରେ ବିମାନବନ୍ଦର ନିଜସ୍ବ ଖର୍ଚ୍ଚରେ ନିର୍ମାଣ କରିଛନ୍ତି ରାଜ୍ୟ ସରକାର । ୨୩୩ ଏକର ଅଞ୍ଚଳ ଜମିରେ ନିର୍ମିତ ହୋଇଛି । ଖର୍ଚ୍ଚ ହୋଇଛି ୭୦ କୋଟି ଟଙ୍କା । ବିମାନବନ୍ଦରରେ ରହିଛି ୧୬ଶହ ୨୦ ମିଟର ଲମ୍ବ ଓ ୩୦ ମିଟର ଓସାରର ରନୱେ । ପ୍ରଥମ ପର୍ଯ୍ୟାୟରେ ନନ ସିଡ୍ୟୁଲ ବିମାନ ଚଳାଚଳ ପାଇଁ ଯୋଜନା ରହିଛି । ଭୁବନେଶ୍ବର, ଝାରସୁଗୁଡ଼ା, ଜୟପୁର, ଉତକେଲା, ରଙ୍ଗେଇଲୁଣ୍ଡା, ରାଉରକେଲା ପରେ ମାଲକାନଗିରିରେ ଏୟାରପୋର୍ଟ କାର୍ଯ୍ୟକ୍ଷମ ହୋଇଛି । ପୂର୍ବରୁ ଲକ୍ଷ୍ମୀ ବସ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଟଙ୍କିକିଆ ଚାଉଳ ଆଦି ଯୋଜନା ମାଲକାନଗିରି ଜିଲ୍ଲାରୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.