ମହମ୍ମଦ ଶାମିଙ୍କୁ ମିଳିଲା ଅର୍ଜୁନ ଆଓ୍ଵାର୍ଡ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଗ୍ରହଣ କଲେ ପୁରସ୍କାର

ଅର୍ଜୁନ ଆଓ୍ଵାର୍ଡ ଗ୍ରହଣ କଲେ ଭାରତୀୟ ଟିମର ଷ୍ଟାର ବୋଲର ମହମ୍ମଦ ଶାମି । ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ତାଙ୍କୁ ସମ୍ମାନିତ କରିଛନ୍ତି । ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ ପାଇଁ ସବୁଠାରୁ ଅଧିକ ଓ୍ଵିକେଟ ନେଇଥିଲେ ଶାମି ।

ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ବୋଲର ମହମ୍ମଦ ଶାମିଙ୍କୁ ଅର୍ଜୁନ ଆଓ୍ଵାର୍ଡରେ ପୁରସ୍କୃତ କରାଯାଇଛି । ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ତାଙ୍କୁ ସମ୍ମାନିତ କରିଛନ୍ତି ।  ମହମ୍ମଦ ଶାମି ୨୦୨୩ ବିଶ୍ୱକପରେ କମାଲ ପ୍ରଦର୍ଶନ କରିଥିଲେ । ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତ ପାଇଁ ସବୁଠାରୁ ଅଧିକ ଓ୍ଵିକେଟ ନେଇଥିଲେ ଶାମି ।

ବିଶ୍ୱକପ ୨୦୨୩ରେ ଶାମି ସୁବୁଠାରୁ ଅଧିକ ଓ୍ଵିକେଟ ନେଇଥିଲେ । ବ୍ୟାଟର ତାଙ୍କ ବୋଲିଂଙ୍କୁ ବୁଝିପାରୁନଥିଲେ । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ୭ ଓ୍ଵିକେଟ ନେଇଥିଲେ ଶାମି । ଦିନିକିଆ ବିଶ୍ୱକପ ୨୦୨୩ରେ ୭ଟି ମ୍ୟାଚରେ ୨୪ଟି ଓ୍ଵିକେଟ ନେଇ ରେକର୍ଡ କରିଥିଲେ ।

ପୂର୍ବରୁ ଖେଳ ମନ୍ତ୍ରଣାଳୟ ୨୬ ଜଣ ଖେଳାଳିଙ୍କୁ ଅର୍ଜୁନ ଆଓ୍ଵାର୍ଡ ଦେବାକୁ ଘୋଷଣା କରିଥିଲା । ଓଜସ ପ୍ରବୀଣ ଦେଓତାଲେ (ତୀରନ୍ଦାଜି), ଅଦିତି ଗୋପୀଚାନ୍ଦ ସ୍ୱାମୀ (ତୀରନ୍ଦାଜି), ଶ୍ରୀଶଙ୍କର (ଆଥଲେଟିକ୍ସ), ପାରୁଲ ଚୌଧୁରୀ (ଆଥଲେଟିକ୍ସ), ମହମ୍ମଦ ହୁସାମୁଦ୍ଦିନ (ବକ୍ସର), ଆର ବୈଶାଳୀ (ଚେସ୍), ମହମ୍ମଦ ସାମି (କ୍ରିକେଟ୍), ଅନୁଷ ଅଗ୍ରୱାଲ (ଅଶ୍ୱାରୋହୀ), ଦିକ୍ଷା ଡାଗର (ଗଲ୍ଫ), କ୍ରିଷନ ବାହାଦୁର ପାଠକ (ହକି), ସୁଶୀଲା ଚାନୁ (ହକି), ପବନ କୁମାର (କବାଡି), ରିତୁ ନେଗି (କବାଡି), ନସରିନ (ଖୋ-ଖୋ), ପିଙ୍କି (ଲନ୍ ବାଉଲ୍ସ), ଐଶ୍ୱର୍ଯ୍ୟା ପ୍ରତାପ ସିଂହ ତୋମାର (ସୁଟିଂ) ।  ଇଶା ସିଂହ (ସୁଟିଂ), ହରିନ୍ଦର ପାଲ ସିଂହ (ସ୍କ୍ୱାଶ), ଆୟିକା ମୁଖାର୍ଜୀ (ଟେବୁଲ ଟେନିସ), ସୁନୀଲ କୁମାର (କୁସ୍ତି), ଆଣ୍ଟିମ୍ (କୁସ୍ତି), ରୋଶିବିନା ଦେବୀ (ଉଶୁ), ଶୀତଲ ଦେବୀ (ପାରା ଆର୍ଚରୀ), ଅଜୟ କୁମାର (ଦୃଷ୍ଟିହୀନ କ୍ରିକେଟ), ପ୍ରାଚୀ ଯାଦବ (ପାରା କ୍ୟାନୋଇଙ୍ଗ୍) ।

ଦିନିକିଆ ବିଶ୍ୱକପ ସମୟରେ ଷ୍ଟାର ବୋଲର ମହମ୍ମଦ ଶାମିଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ତେଣୁ ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚରୁ ସେ ବାଦ୍ ପଡ଼ିବା ନେଇ ଆଶଙ୍କା କରାଯାଉଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରୁ ମଧ୍ୟ ସେ ଆହତ ସମସ୍ୟା ପାଇଁ ବାଦ୍ ପଡ଼ିଥିଲେ । ପ୍ରଥମେ ଚୟନ ହୋଇଥିବା ଦଳରେ ତାଙ୍କ ନାମ ରହିଥିଲା । କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ପାରିବାରୁ ସିରିଜରୁ ବାଦ୍ ପଡ଼ିଥିଲେ ଶାମି ।

ମହମ୍ମଦ ଶାମି ଭାରତୀୟ ଟିମରେ ୨୦୧୩ରେ ଡେବ୍ୟୁ କରିଥିଲେ । ଭାରତ ପାଇଁ ୬୪ଟି ଟେଷ୍ଟ ମ୍ୟାଚରେ ୨୨୯ ଓ୍ଵିକେଟ ନେଇଥିଲେ । ୧୦୧ଟି ଦିନିକିଆରେ ୧୯୫ ଓ୍ଵିକେଟ ଓ ୨୩ଟି ଟି-୨୦ ମ୍ୟାଚରେ ୨୪ଟି ଓ୍ଵିକେଟ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.