୨୦୨୪ ରଥଯାତ୍ରା, ଦିନ ୧୧ଟାରେ ପୁରୀ ସର୍କିଟ ହାଉସରେ ବସିବ ପ୍ରସ୍ତୁତି ବୈଠକ

୨୦୨୪ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ପୁରୀ ଜିଲ୍ଲାପାଳଙ୍କ ପ୍ରସ୍ତୁତି । ସର୍କିଟ ହାଉସରେ ଦିନ ୧୧ଟାରେ ବୈଠକ ଅନୁଷ୍ଠିତ ହେବ। ବୈଠକରେ ପୁରୀ ଜିଲ୍ଲାପାଳ, ଏସପିଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହିବେ l ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ସମସ୍ତ ବିଭାଗ ସହ ଆଲୋଚନା ହେବ।

ପୁରୀ (କେନ୍ୟୁଜ): ୨୦୨୪ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ପୁରୀ ଜିଲ୍ଲାପାଳଙ୍କ ପ୍ରସ୍ତୁତି । ସର୍କିଟ ହାଉସରେ ଦିନ ୧୧ଟାରେ ବୈଠକ ଅନୁଷ୍ଠିତ ହେବ। ବୈଠକରେ ପୁରୀ ଜିଲ୍ଲାପାଳ, ଏସପିଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ରହିବେ । ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ସମସ୍ତ ବିଭାଗ ସହ ଆଲୋଚନା ହେବ।

ଏସପି ପିନାକ ମିଶ୍ର, ସମସ୍ତ ବିଭାଗର ଅଧିକାରୀ, ଶ୍ରୀମନ୍ଦିର ନୀତି, ଉନ୍ନୟନ ପ୍ରଶାସକ ବୈଠକରେ ରହିବେ ଉପସ୍ଥିତ। ସମସ୍ତ ବିଭାଗର ଅଧିକାରୀ ମାନେ ପ୍ରସ୍ତୁତ କରିଥିବା ଆକ୍ସନ ପ୍ଲାନ୍ ବିଷୟରେ ଆଲୋଚନା ହେବ। ନିର୍ଦ୍ଧାରିତ ସମୟରେ ରଥ ନିର୍ମାଣ ଶେଷ ସାଙ୍ଗକୁ ଶ୍ରୀଗୁଣ୍ଡିଚା ଦିନ ଠିକ୍ ସମୟରେ ଠାକୁରଙ୍କ ପହଣ୍ଡି, ରଥଟଣା ଆଇନଶୃଙ୍ଖଳା ଓ ଭିଡ ନିୟନ୍ତ୍ରଣ, ନବଦିନାଙ୍କ ରଥଯାତ୍ରା ବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା, ମହାପ୍ରସାଦ ବ୍ୟବସ୍ଥା, ବାହୁଡା, ସୁନାବେଶ ନିଳାଦ୍ରୀ ବିଜେ ମୁଖ୍ୟ ଆଲୋଚନାର ବିଷୟ ହେବ ।

ପୂର୍ବରୁ ବୈଠକରେ ଦିଆଯାଇଥିବା ଟାର୍ଗେଟ ଅନୁସାରେ କାର୍ଯ୍ୟ ହେଉଛି କି ନାଇଁ ତାହା ସମୀକ୍ଷା କରିବେ ଜିଲ୍ଲାପାଳ । ସମସ୍ତ ବିଭାଗର ଅଧିକାରୀ ମାନେ ରଥଯାତ୍ରା ଲାଗି ପ୍ରସ୍ତୁତ ରହିବେ । ରାସ୍ତା ଘାଟ,ପାନୀୟ ଜଳ, ପରିମଳ, ବିଜୁଳି ଆଦି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଲାଗି ଆଜି ବିସ୍ତୃତ ଭାବେ ଆଲୋଚନା ହେବ । ଚଳିତ ବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ଲକ୍ଷ୍ୟ ରଖିଛି ପୁରୀ ଜିଲ୍ଲା ପ୍ରଶାସନ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.