Below header

କଣ ସତରେ ବଡ଼ ଦାଣ୍ଡକୁ ଆସିବେନି ଚତୁର୍ଦ୍ଧା ମୂର୍ତ୍ତି ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ

ରଥଯାତ୍ରା ଦିନ ପହଣ୍ଡି ପୂର୍ବରୁ ଘୋଷକମାନେ କୁହନ୍ତି, ରଥ ଅପେକ୍ଷାରେ ପଥ ଅପେକ୍ଷାରେ । ଏବେ କିନ୍ତୁ କରୋନା ପରିସ୍ଥିତି ଏମିତି ଅବସ୍ଥା କରିଛି ଯେ ରଥ କାମ ଆରମ୍ଭ ହୋଇ ପାରୁନାହିଁ । ସେଇ ପଥ ଉପରେ ରଥ କାଠ ଅପେକ୍ଷା କରିଛି ମହାରଣା ସେବାୟତଙ୍କ ନିହାଣ ମୁନକୁ । ଆଉ କିଛି ଏବେବି ଓହ୍ଲାଇ ନାହିଁ ଟ୍ରକ୍‌ରୁ ।

PURI-4

ତେଣୁ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ବଢୁଛି ସସପେନ୍ସ । ଆଉ ଦୁଇ ସପ୍ତାହ ପାଇଁ ଲକ୍‌ଡାଉନ ବୃଦ୍ଧି ସହ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି ରହିବ । ଏଥିପାଇଁ ରଥ ନିର୍ମାଣ କାମ ଆରମ୍ଭକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ଶ୍ରୀମନ୍ଦିର ସେବାୟତ ଓ ଦଇତାପତିମାନେ ରଥ ନିର୍ମାଣ ପାଇଁ ଅଡ଼ି ବସିଥିବା ବେଳେ ବିଶ୍ୱକର୍ମା ମହାରଣାମାନେ ତୁରନ୍ତ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ରଥ ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନନେଲେ ଆଉ ରଥଯାତ୍ରା ସମ୍ଭବ ନୁହେଁ ବୋଲି ମତ ପ୍ରକାଶ ପାଇଛି । କାରଣ ତୃତୀୟ ଲକ୍‌ଡାଉନ୍‌ ମେ ୧୭ ତାରିଖରେ ସରିବା ପରେ ଯଦି କାମ ଆରମ୍ଭ ହୁଏ ତେବେ ଗୁଣ୍ଡିଚା ବେଳକୁ ରଥ ନିର୍ମାଣ ସରି ପାରିବ ନାହିଁ ।

PURI-3ତାଲାବନ୍ଦ ଅବଧି ସରିବା ପରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରାଯିବ ବୋଲି ପୂର୍ବରୁ ଗଜପତି ମହାରାଜ କହିଥିଲେ । ଏବେ ୧୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବଢ଼ିବା ସହ ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଯୋଗୁ ପୁଣି ଅନିଶ୍ଚିତତା ବଢ଼ିଛି । ତେବେ ଦିନ ଦୁଇ ଦିନ ମଧ୍ୟରେ ଯଦି ରଥ କାମ ଆରମ୍ଭ ନେଇ କିଛି ନିଷ୍ପତ୍ତି ନିଆ ନଯାଏ ତେବେ ଧାର୍ଯ୍ୟ ସମୟରେ ରଥ ନିର୍ମାଣ କରିବା ସଂପୂର୍ଣ୍ଣ ଅସମ୍ଭବ ବୋଲି ବିଶ୍ୱକର୍ମା ମହାରଣାମାନେ କହିଛନ୍ତି ।

PURI-5ପୁରୀ ଜିଲ୍ଲା ଗ୍ରୀନ ଜୋନରେ ଥିବାରୁ ରଥ ନିର୍ମାଣ ନେଇ ସବୁ ସ୍ତରରେ ଉତ୍ସାହ ଦେଖା ଦେଇଛି । ରଥ ନିର୍ମାଣ କାମ ଖୁବ ଶୀଘ୍ର ଆରମ୍ଭ କରାଯାଉ ବୋଲି ଦାବି କରିଛନ୍ତି ଦଇତାପତି ଓ ଅନ୍ୟ ସେବାୟତ । ଗ୍ରୀନ ଜୋନରେ ନିର୍ମାଣ ଶ୍ରମିକଙ୍କ ପାଇଁ ସୁଯୋଗ ରହିଥିବାରୁ ରଥ କାର୍ଯ୍ୟ ମଧ୍ୟ ସାମାଜିକ ଦୂରତ୍ୱ ରକ୍ଷା କରି କରାଯାଉ ବୋଲି ଦାବି ଉଠିଛି ।
ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଅନୁକୂଳ ପରେ କାମ ୮ ଦିନ ବନ୍ଦ ରହିଛି । ଏପରିସ୍ଥିତିରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର । ତେବେ ସେବାୟତ ଓ ଭକ୍ତଙ୍କ କଥାରେ ସବୁ ସେଇ କାଳିଆର ଇଚ୍ଛା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.