Below header

ଉତ୍ତରପ୍ରଦେଶରେ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା, ବିରୋଧ କଲା ଶ୍ରୀଜଗନ୍ନାଥ ସେନା

ପୁରୀ(କେନ୍ୟୁଜ୍): ଇସ୍କନ ପରେ ଡିସେମ୍ବର ୨୯ରେ ହେବାକୁ ଯାଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଏହାଛଡ଼ା ଉତ୍ତରପ୍ରଦେଶ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଣ୍ରୀମନ୍ଦିର ପ୍ରଶାସନ ନୀତି ପ୍ରଶାସକଙ୍କୁ ଦାବିପତ୍ର ଦିଆଯାଇଛି । ଉତ୍ତରପ୍ରଦେଶର ଗାଜିଆବାଦରେ ଭାଗବତ ନିକୁଞ୍ଜ ଟ୍ରଷ୍ଟ ପକ୍ଷରୁ ଡିସେମ୍ବର ୨୯ରେ ରଥଯାତ୍ରା ହେବାନେଇ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର କରାଯାଇଛି । ପୂର୍ବରୁ ଇସ୍କନ ମଧ୍ୟ ଅଦିନିଆ ରଥଯାତ୍ରା ନେଇ ପ୍ରସ୍ତୁତି କରିଥିଲା । ପରେ ଏହାକୁ ବନ୍ଦ କରାଯାଇଥିଲା । ଏବେ ନିକୁଞ୍ଜ ଟ୍ରଷ୍ଟ ଅଦିନିଆ ରଥଯାତ୍ରା ଆୟୋଜନ କରିବାକୁ ଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.