ହାଇଦ୍ରାବାଦ ଟି-୨୦ : ଇଣ୍ଡିଜ୍‌ ଦେଲା ୨୦୮ ରନ୍‌ର ଟାର୍ଗେଟ୍‌, ଭାରତ ୪୨/୧

ହାଇଦ୍ରାବାଦ : ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ଏନକାଉଣ୍ଟର ଘଟଣା ଭିତରେ ଆଜି ଏଠାରେ ଆରମ୍ଭ ହୋଇଛି ଭାରତ ଏବଂ େଓ୍ଵଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ । ଏଥିରେ ପ୍ରଥମେ ବ୍ୟାଟିଂ କରି ଇଣ୍ଡିଜ୍‌ ଦଳ ୨୦ ଓଭର୍‌ରେ ୫ ଓ୍ଵିକେଟ୍‌ ହରାଇ ୨୦୭ ରନ୍‌ କରିଛି । ପରେ ୫ ଓଭର୍‌ ସୁଦ୍ଧା ଭାରତୀୟ ଦଳ ରୋହିତ ଶର୍ମା (୮ ରନ୍‌)ଙ୍କ ଓ୍ଵିକେଟ୍‌ ହରାଇ ୪୨ ରନ୍‌ କରିଛି ।
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ଫିଲଡିଂ ପାଇଁ ନିଷ୍ପତ୍ତି ନେଇଥିଲେ । ସେପଟେ ଇଣ୍ଡିଜ୍‌ ଖେଳାଳି ଆରମ୍ଭରୁ ଆଟାକିଂ ଖେଳିଥିଲେ । ଲୁଇସ୍‌ ମାତ୍ର ୧୭ ବଲ୍‌ରେ ୩ଟି ଚୌକା ଓ ୪ଟି ଛକା ମାରି ୪୦ ରନ୍‌ କରିଥିଲେ । କିଙ୍ଗ ୨୩ ବଲ୍‌ରୁ ୩୧, ହେଟମେୟର ୪୧ ବଲ୍‌ରେ ୫୬ ରନ୍‌ (୨ ଚୌକା, ୪ ଛକା) ରନ୍‌ ଏବଂ ପୋଲାର୍ଡ ୧୯ ବଲ୍‌ରୁ ୩୭ (୪ ଛକା, ୧ ଚୌକା) ଏବଂ ହୋଲଡର୍‌ ୯ ବଲ୍‌ରୁ ଅପରାଜିତ ୨୪ ରନ୍‌ କରିଥିଲେ । ତେବେ ପ୍ରଥମ ପାଳିରେ ଚୌକା ଅପେକ୍ଷା ଅଧିକ ଛକା ଦେଖିବାକୁ ମିଳିଥିଲା । ଚୌକା ୧୧ଟି ଏବଂ ୧୫ଟି ଛକା ମାରିଥିଲେ ଇଣ୍ଡିଜ୍‌ ବ୍ୟାଟ୍‌ସମ୍ୟାନ୍‌ ।

INDIAଭାରତ ପକ୍ଷରୁ ଚହଲ ୨ଟି, ଓ୍ଵାଶିଂଟନ୍‌, ଚହର ଓ ଜାଡେଜା ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ । ତେବେ ଅନେକ ଦିନ ପରେ ସୁସ୍ଥ ହୋଇ ଦଳକୁ ଷଫରିଥିବା ପେସ୍‌ ବୋଲର ଭୁବନେଶ୍ୱର କୁମାର ୪ ଓଭର ବୋଲିଂ କରି ୩୬ ରନ୍‌ ଦେଇଥିଲେ ମଧ୍ୟ ଓ୍ଵିକେଟ୍‌ ପାଇ ନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.