Below header

କି ସୁନ୍ଦର ଦିଶୁଛି ଶ୍ରୀକ୍ଷେତ୍ର, ଦେଖନ୍ତୁ ଉଚ୍ଛେଦ ପରେ ବଡ଼ ଦେଉଳ ଓ ମେଘନାଦ ପାଚେରୀ କିପରି ମନୋରମ ହୋଇଉଠୁଛି

ପୁରୀ(କେନ୍ୟୁଜ୍):  ସୁନ୍ଦର ଦିଶୁଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ପରେ ଏବେ ବଡ଼ ଦେଉଳ ଓ ମେଘନାଦ ପାଚେରୀ ସଂପୂର୍ଣ୍ଣ ଦୃଶ୍ୟମାନ ହେଉଛି। ଦେଖନ୍ତୁ ଏହି ଫଟୋ। ଏହି ଫଟୋ ବୟାନ କରୁଛି ଜଗା ଦୁଆରେ କେତେ ଆନନ୍ଦିତ ଭକ୍ତ। ଶ୍ରୀମନ୍ଦିର ଚାରିପଟୁ ଉଚ୍ଛେଦ ଅଭିଯାନ ପରେ ଆଜି ପ୍ରଥମ ଦୀପାବଳି ଥିଲା। ଶ୍ରୀକ୍ଷେତ୍ରକୁ ଆସିଥିଲେ ହଜାର ହଜାର ଭକ୍ତ। ଆଜି ପୟାଶ୍ରାଦ୍ଧ ଥିବାରୁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ଆସିଛନ୍ତି ଶ୍ରୀକ୍ଷେତ୍ର। ମନ୍ଦିର ଚାରିପଟୁ ଉଚ୍ଛେଦ ହୋଇଥିବାରୁ ସିଂହଦ୍ୱାର ନିକଟରେ ପୟାଶ୍ରାଦ୍ଧ କରିଛନ୍ତି ଭକ୍ତ। ମହା ଆନନ୍ଦରେ ବଡ଼ବଡ଼ୁଆଙ୍କୁ ଡାକିଛନ୍ତି। ସେହିପରି ସିଂହଦ୍ୱାର ଆଗରେ ଶ୍ରଦ୍ଧାର ସହ ଭକ୍ତ ଭଜନ ସଂକୀର୍ତ୍ତନ କରୁଛନ୍ତି। କିଛି ଶ୍ରଦ୍ଧାଳୁ ନୃତ୍ୟ ସଙ୍ଗୀତ ପରିବେଷଣରେ ମସଗୁଲ ବି ରହୁଛନ୍ତି। ଶ୍ରୀମନ୍ଦିରର ଅପରୂପ ସୌନ୍ଦର୍ଯ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି। ଚାରିପଟେ ଜବରଦଖଲ ହଟାଯିବା ପରେ ଶ୍ରୀମନ୍ଦିର ଶ୍ରୀ ଫେରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.