ମାହାଙ୍ଗା: ବିଦ୍ୟୁତ୍‌ ବିଭାଗର ଖାମଖିଆଲ ମନୋଭାବ, ଫନିକୁ ୬ ମାସ ବିତି ଯାଇଥିଲେ ସୁଦ୍ଧା ସଜାଡୁ ନାହିଁ ବିଦ୍ୟୁତ୍‌ ଖୁଣ୍ଟ

ମାହାଙ୍ଗା(କେନ୍ୟୁଜ୍):  ବିପଦ ସଙ୍କୁଳ ଅବସ୍ଥାରେ ଝୁଲିଛି ତାର । ବାଉଁଶ ଖୁଣ୍ଟରେ ତାର ଟାଣି ବିଦ୍ୟୁତ ବ୍ୟବହାର କରୁଛନ୍ତି ଉପଭୋକ୍ତା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାହାଙ୍ଗା ବ୍ଲକର ସଲରା ଗାଁର ସୁତାର ସାହିରେ । ଫନିକୁ ୬ ମାସ ବିତି ଯାଇଥିଲେ ସୁଦ୍ଧା ଏଥି ପ୍ରତି ଧ୍ୟାନ ଦେଉନି ବିଦ୍ୟୁତ୍‌ ବିଭାଗ । ସବୁଠାରୁ ବଡ଼ କଥା ହେଉଛି ଯେଉଁ ମାହାଙ୍ଗା – କାଳୀଅଣ୍ଟି ସ୍ଥାନରେ ଏପରି ବିପଦ ସଙ୍କୁଳ ଅବସ୍ଥାରେ ତାର ଝୁଲିଛି ସେହି ବାଟ ଦେଇ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବହୁ ଗାଡି ଯାଆସ କରୁଛି । କେତେବେଳେ ବିଦ୍ୟୁତ ତାର ଛିଡି ଅଘଟଣ ଘଟିବ ତାହା କହିହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.