Below header

ଅସ୍ତରଙ୍ଗ: ସ୍ୱାମୀ ଛାଡ଼ି ଚାଲିଯିବା ପରେ ଶାଶୂ ଘର ଲୋକେ ତଡିଦେଲେ, ହେଲେ ଜନ୍ମ କଲା ମାଆ ଦେଉଛି କଷଣ

ପୁରୀ(କେନ୍ୟୁଜ୍): ଅସହାୟା ଇପ୍‌ସିତା । ସ୍ୱାମୀ ଛାଡ଼ି ଚାଲିଯିବା ପରେ ଶାଶୂ ଘର ଲୋକେ ତଡିଦେଲେ । ଏବେ ବାପଘରକୁ ଆଶ୍ରୟ ନେବାକୁ ଆସିଥିଲେ, ହେଲେ ନିଷ୍ଠୁର ହେଲା ଜନ୍ମ କଲା ମାଆ । ଗାଁ ଦାଣ୍ଡରେ ଝିଅକୁ ଗୋଡ଼ାଇ ଗୋଡ଼ାଇ ପିଟିବା ପରେ ଘରୁ ବାହାର କରିଦେଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ବିଲୁଆମଣ୍ଡଳୀରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସ୍ୱାମୀପରିତ୍ୟକ୍ତା ଇପ୍‌ସିତାଙ୍କ ୭ ବର୍ଷର ଝିଅଟିଏ ରହିଛି । ବାପଘର ଲୋକ ପର କରିବା ପରେ ଏବେ ଝିଅକୁ ଧରି ଗାଁ ଦାଣ୍ଡରେ ବସିରହିଛନ୍ତି । ଗାଁ ଲୋକେ ଖାଇବାକୁ ଦେଇଥିବା ବେଳେ ଅସହାୟ ଭାବେ ଘର ବାରଣ୍ଡା ପଡ଼ି ରହିଛନ୍ତି । ଏନେଇ ଅସ୍ତରଙ୍ଗ ସାମୁଦ୍ରିକ ଥାନାରେ ବାପା ମାଆଙ୍କ ବିରୋଧରେ ଏତଲା ଦେଇଛନ୍ତି ଇପ୍‌ସିତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.