Below header

କେନ୍ଦୁଝର: ଗୁହାରୀ ଶୁଣିଲାନି ପ୍ରଶାସନ, ଚାନ୍ଦା ଆଦାୟ କରି ଗ୍ରାମବାସୀ ତିଆରି କଲେ ରାସ୍ତା

କେନ୍ଦୁଝର(କେନ୍ୟୁଜ୍):  ଶୁଣିଲାନି ପ୍ରଶାସନ । ଶେଷରେ ନିଜ ଗାଁର ଉନ୍ନତି ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ । ଆଉ ତିଆରି କଲେ ରାସ୍ତା । ଏଭଳି ଦେଖିବାକୁ ମିଳିିଛି କେନ୍ଦୁଝର ଜିଲ୍ଲା କବିତ୍ରା ଗାଁ ରେ । ପ୍ରତିଦିନ ପ୍ରାୟ ହଜାର ହଜାର ଲୋକ ଏହି ରାସ୍ତା ଦେଇ ଯାତାୟାତ କରୁଥିଲେ । ଭଲ ରାସ୍ତା ନଥିବାରୁ ଯିବା ଆସିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଲୋକ । ମାସେ କି ଦୁଇ ମାସ ନୁହେଁ, ବର୍ଷେ ହେବ ପ୍ରଶାସନ ନିକଟରେ ଏନେଇ ଗୁହାରୀ କରି ଆସୁଥିଲେ ଗ୍ରାମବାସୀ । ହେଲେ କୌଣସି ଫଳ ମିଳିନଥିଲା । ଶେଷରେ ଚାନ୍ଦା ଆଦାୟ କରି ଗାଁ ପାଇଁ ରାସ୍ତା ତିଆରି କରି ଉଦାହରଣ ସୃଷ୍ଟି କରିଛନ୍ତି କବିତ୍ରା ଗାଁ ଲୋକେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.