ସୋରଡା: ପୁରସ୍କାର ଦେଇପାରିଲାନି ପେଟକୁ ଦାନା, କୃଷି ବିଭାଗ ତରଫରୁ ସମ୍ମାନିତ ହୋଇଥିବା ଚାଷୀ ଖଟୁଛି ଦାଦନରେ

ସୋରଡା(କେନ୍ୟୁଜ୍):   ପେଟ ପୂରାଇ ପାରିଲାନି ପୁରସ୍କାର । କୃଷି ବିଭାଗ ତରଫରୁ ସମ୍ମାନିତ ଚାଷୀ ଆଜି ଦାଦନ । ଏଭଳି ଘଟଣା ଦେଖିବାକୁ ମିଳିଛି ସୋରଡା ବ୍ଲକ୍‌ କନ୍ଧବଖରା ଗାଁରେ । ବ୍ୟକ୍ତିଗତ ଉଦ୍ୟମ ଏବଂ ପରିଶ୍ରମ ବଳରେ ପାହାଡିଆ ଜମିରେ ସୁନାର ଫସଲ ଫଳାଇଥିଲେ । ମାଣ୍ଡିଆ ଚାଷ କରି ରାଜ୍ୟର ଶ୍ରେଷ୍ଠ ଚାଷୀ ଭାବରେ ପୁରସ୍କାର ପାଇଥିଲେ ସ୍ଥାନୀୟ ଅଞ୍ଚଳର ଘଟଚ୍‌କଚ ମଲ୍ଲିକ ଏବଂ ସତ୍ୟ ମଲ୍ଲିକ । ବିନା ସାରରେ ମାଣ୍ଡିଆ ଚାଷ କରି ଅଶାଠାରୁ ଅଧିକ ଭଲ ଫସଲ କରିଥିଲେ । ତାଙ୍କର ଏହି ପରିଶ୍ରମ ପୁରସ୍କାର ଆଣିଦେଲା ସତ ହେଲେ ଦୁଇ ଓଳି ପେଟ ପୂରା ଖାଇବା ଦେଇପାରିଲାନି । ତେଣୁ ପରିବାର ପ୍ରତିପୋଷଣ ଏବଂ କରଜ ସୁଝିବା ପାଇଁ ଦାଦନ ଖଟିବାକୁ ଘଟଚ୍‌କଚଙ୍କୁ ବାହାରକୁ ଯିବାକୁ ପଡିଛି । ସହାୟତା କହିଲେ ସରକାରଙ୍କ ତରଫରୁ ଆବାସ ଯୋଜନା ଏବଂ ରାସନ୍‌ କାର୍ଡ। ଅନ୍ୟପଟେ ଘଟଣା ବିଷୟରେ ଜାଣିବା ପରେ ଆବଶ୍ୟକୀୟ ସାହାଯ୍ୟ କରାଯିବ ବୋଲି କହିଛନ୍ତି ସୋରଡା ତହସିଲ୍‌ଦାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.