Below header

ସମୟ ବିତି ଚାଲିଛି କିନ୍ତୁ ବୋରେଓ୍ଵଲ ଭିତରୁ ଉଦ୍ଧାର ହୋଇନାହିଁ ଦୁଇ ବର୍ଷର ଶିଶୁ, ଜାରି ରହିଛି ଉଦ୍ଧାର ଅଭିଯାନ

ତାମିଲନାଡୁ:   ୪୩ ଘଣ୍ଟା ବିତିଲାଣି। ବୋରେଓ୍ଵଲ ଭିତରରେ ଫସିଛି ଦୁଇ ବର୍ଷର ଶିଶୁ। ତାମିଲନାଡୁ ତିରୁଚିରାପଲ୍ଲୀରେ ବୋରେଓ୍ଵଲ ଭିତରେ ଖସି ପଡ଼ିଥିବା ଶିଶୁର ଉଦ୍ଧାର ଅଭିଯାନ ଜାରି ରହିଛି। ୭୦ ଫୁଟ୍‌ ତଳେ ଫସିଛି ଶିଶୁ। ତା ନାଁ ବି. ସୁଜିତ ଓ୍ଵିଲସନ୍‌ । ଘଟଣାସ୍ଥଳରେ ଏନଡିଆରଏଫ୍‌ ସମେତ ୧୫ଟି ଉଦ୍ଧାରକାରୀ ଟିମ୍‌ ନିୟୋଜିତ ଅଛନ୍ତି। ବୋରେଓ୍ଵଲ ନିକଟରେ ସମାନ୍ତରାଳ ଭାବରେ ବଡ଼ ଗାତ ଖୋଳାଯାଉଛି। କିନ୍ତୁ ପଥର ଖଣ୍ଡ ଖସୁଥିବାରୁ ବାଧାପ୍ରାପ୍ତ ହେଉଛି ଖନନ ପ୍ରକ୍ରିୟା। ଏହି ଗାତ ଖୋଳାଯିବା ପରେ ଉଦ୍ଧାରକାରୀ ଟିମ୍‌ ପିଲାଟି ପାଖରେ ପହଞ୍ଚି ପାରିବେ ବୋଲି ଅନୁମାନ କରାଯାଉଛି। ଶୁକ୍ରବାର ସନ୍ଧ୍ୟା ସାଢ଼େ ୫ଟାରେ ପିଲାଟି ବୋରେଓ୍ଵଲ ଭିତରେ ଖସି ପଡ଼ିଥିଲା। ୩୦ଫୁଟ ତଳେ ଅଟକି ଯାଇଥିଲା। ଗତକାଲି ରାତି ପରେ ସେ ଆହୁରି ତଳଖୁ ଖସି ଯାଇଥିବା ଜଣାପଡ଼ିଛି। ତାର ସୁରକ୍ଷିତ ଉଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ବି କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.