ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଠେଲାପେଲା, ୨ଜଣ ଆହତ

ପୁରୀ (କେନ୍ୟୁଜ): ଗତକାଲି ବଡମ୍ବା ଗୋପୀନାଥପୁର ଟି-ବ୍ରିଜରେ ଦଳଚକଟା ଘଟଣାକୁ ୨୪ ଘଣ୍ଟା ନପୁରୁଣରୁ ଶ୍ରୀମନ୍ଦିରରେ ପୁଣି ଠେଲାପେଲା । ମହାପ୍ରଭୁଙ୍କ ଦର୍ଶନ ବେଳେ ବାହାରକାଠ ନିକଟରେ ଠେଲାପେଲା ହୋଇଥିବା ସୂଚନା ମିଳିଛି। ଯେଉଁଥିରେ ୨ ଜଣ ଭକ୍ତ ଆହତ ହୋଇଛନ୍ତି ।

ଖବର ଅନୁଯାୟୀ, ଶ୍ରୀମନ୍ଦିରରେ ମଙ୍ଗଳ ଆଳତୀ ଚାଲୁଥିବା ସମୟରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଠେଲାପେଲା ହୋଇଥିଲା । ଏପିରିକି ଦୁଇ ଜଣ ଭକ୍ତ ଅଣନିଃଶ୍ବାସୀ ହେବା ସହ ତଳେ ପଡି ଆହତ ହୋଇଛନ୍ତି । ଆହତ ଦୁଇଜଣ ହେଲେ ସୁଲୋଚନା ସାହୁ ଓ ଦିବ୍ୟା ସାହୁ । ତୁରନ୍ତ ଆହତଙ୍କୁ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଉଭୟ ଭର୍ତ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.