Below header

ଆଜି ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ, ଆଉ ଏକ ବିଜୟ ସହ ସିରିଜ୍‌ କ୍ଲିନସ୍ୱିପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଆଜି ଭାରତ-ଶ୍ରୀଲଙ୍କା ତୃତୀୟ ତଥା ଶେଷ ଦିନିକିଆ । ଥିରୁଭାଅନନ୍ତପୁରମ୍‌ ଗ୍ରୀନ୍‌ ଫିଲ୍ଡ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଆଉ ଏକ ବିଜୟ ସହ ସିରିଜ୍‌ କ୍ଲିନସ୍ୱିପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ସେପଟେ ଆଜିର ମ୍ୟାଚ ଜିତି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ ଶ୍ରୀଲଙ୍କା । ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ଭାରତ ୨-୦ରେ ଆଗୁଆ କବ୍‌ଜା କରିନେଇଛି ।

ପ୍ରଥମ ମ୍ୟାଚକୁ ଭାରତ ୬୭ ରନରେ ଜିତି ନେଇଥିଲା ଭାରତ । ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୪ ଓ୍ଵିକେଟରେ ହରାଇଥିଲା ମେନ୍‌ ଇନ୍‌ ବ୍ଲୁ । ୧୦୩ ବଲ୍‌ରେ ଅପରାଜିତ ୬୪ ରନ୍‌ କରିଥିଲେ କେ.ଏଲ୍‌.ରାହୁଲ । ଆଜି ମଧ୍ୟ ତାଙ୍କ ଠାରୁ ବଡ ସ୍କୋର ଆଶା ରଖିଛନ୍ତି ଫ୍ୟାନ୍‌ । ବିସ୍ଫୋରକ ବ୍ୟାଟର ସୂର୍ଯ୍ୟ କୁମାର ଯାଦବ ଓ ଇଶାନ କିସନଙ୍କୁ ଆଜି ଟିମ୍‌ରେ ସ୍ଥାନ ମିଳିପାରେ ।

ଅର୍ଶଦୀପ ସିଂ ଓ ୱାସିଂଟନ୍ ସୁନ୍ଦରଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେଇପାରନ୍ତି ରୋହିତ ଶର୍ମା । ରୋହିତଙ୍କ ସହ ଶୁବମନ ଗିଲ୍ ଓପନ୍ କରିବେ । ପରେ ବିରାଟ୍ କୋହଲି, ଶ୍ରେୟସ ଆୟର ଓ ରାହୁଲ ଆସିବେ । ଆଗକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଥିବାରୁ ରୋହିତ ସେନା ଦୃଢ଼ ମନୋବଳ ସହ ଯିବାକୁ ଆଶା ରଖିଛି । ସେପଟେ ଶ୍ରୀଲଙ୍କା ଟିମ୍ ସମ୍ମାନ ରକ୍ଷା ପାଇଁ ଖେଳିବ । ପ୍ରଥମ ଦୁଇଟି ମ୍ୟାଚରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ତେଣୁ କ୍ୟାପଟେନ୍ ଦସୁଦ୍ ଶନକା ବିଜୟ ସହ ଭାରତ ଗସ୍ତ ସାରିବାକୁ ଚାହିଁବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.