ଦିନକୁ ଦିନ ବଢ଼ି ଚାଲିଛି ଅପହରଣ, ସାନ ଭଉଣୀ ଆଖି ଆଗରୁ ବଡ଼ ଭଉଣୀକୁ ଉଠାଇ ନେଲେ ଦୁର୍ବୃତ୍ତ

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ା ଜିଲ୍ଲାରେ ବଢ଼ି ଚାଲିଛି ନାବାଳିକା ଅପହରଣ। ଅପହରଣକାରୀଙ୍କ ଟେର ପାଉନି ପୋଲିସ। ଏପରି ଘଟଣା ପୁଣି ଦେଖା ଦେଇଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଅଞ୍ଚଳରେ ।ଜଣେ ୧୬ବର୍ଷୀୟା ନାବାଳିକାକୁ ଦିନ ଦ୍ୱୀପହର ଘରେ ପଶି ଅପହରଣ କରି ନେଇଛନ୍ତି। ଝିଅର ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର। ଘରେ କେହି ନ ଥିବାର ସୁଯୋଗ ପାଇ ୧୬ ବର୍ଷିୟ ନାବାଳିକାକୁ ଉଠାଇ ନେଲେ ଦୁର୍ବୃତ୍ତ । ଘରେ ଥିବା ଏକ ରୁମରେ ସାନ ଭଉଣୀକୁ ଭର୍ତ୍ତି କରି ବଡ ଭଉଣୀକୁ ଅପହରଣ କରିଥିବା ଅଭିଯୋଗ ହୋଇଛି ।

ଘଟଣାଟି ଘଟିଛି ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ସିଙ୍ଗାପୁର ଗ୍ରାମରେ । ଅପହରଣ ଘଟଣାରେ ସ୍ଥାନୀୟ ଅଂଚଳର ଅର୍ଜୁନ କୁମାର ନାଏକ ବୋଲି ଜଣେ ଯୁବକର ହାତ ଥିବା ନେଇ ପରିବାର ପକ୍ଷରୁ ଚାନ୍ଦିଲି ଥାନାରେ ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି । ନାବାଳିକା ଓ ତାଙ୍କ ସାନ ଭଉଣୀ ଗୋଟେ ଘରେ ଏକାକୀ ଥିବା ସମୟରେ ଅର୍ଜୁନ କୁମାର ନାମକ ଜଣେ ଯୁବକ ଓ ତାଙ୍କ ସହଯୋଗୀ ଘରେ ପଶି ନାବାଳିକାକୁ ବଳପୂର୍ବକ ମୁହଁରେ କପଡା ବାନ୍ଧି ଏକ ନୀଳ ରଙ୍ଗର କାରରେ ଅପହରଣ କରି ନେଇଥିଲେ । ନାବାଳିକାଙ୍କ ବାପା ଜଣେ ଡ୍ରାଇଭର ହୋଇଥିବାରୁ ସେ ବାହାରକୁ ଯାଇଥିବା ବେଳେ ମା ନିଜ ଚକ୍ଷୁ ପରୀକ୍ଷା ପାଇଁ ଚିକିତ୍ସାଳୟକୁ ଚାଲି ଯାଇଥିଲେ । ଏହାର ସୂଯୋଗ ନେଇ ଦୁର୍ବୁତ୍ତ କରିଥିଲେ ଅପହରଣ ।

ଥାନାରେ ଏତଲା ପରେ ଅପହରଣକାରୀଙ୍କୁ ଧରିବା ଏବଂ ନାବାଳିକାକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପରିବାର ନିବେଦନ କରିଛନ୍ତି । ରାୟଗଡା ଜିଲ୍ଲାରେ ଏପରି ଘଟଣା ଲଗାତାର ଭାବେ ଘଟୁଥିବା ବେଳେ ଗୁଡାରିର ସାଇ ସ୍‌ୱରୁପା ନାମକ ଜଣେ ୯ବର୍ଷିୟ ନାବାଳିକା ନିଖୋଜ ଘଟଣାକୁ ଏକ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ହାତରେ କୈାଣସି ସୁରାକ ମିଳି ପାରିନାହିଁ । ତେବେ ୧୬ ବର୍ଷିୟ ନାବାଳିକା ପାୟଲ ଚୈାରାସିଆକୁ ଅପହରଣକାରୀଙ୍କ ଠାରୁ ଚାନ୍ଦିଲି ପୋଲିସ ସୁରକ୍ଷିତ ଭାବେ ଉଦ୍ଧାର କରିପାରିବ କି ନାହିଁ ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.