ଦୁଗ୍ଧଚାଷ ପାଇଁ ଲୋକସଭାରେ ପ୍ରଶ୍ନ ଉଠାଇଲେ ଡ. ଅଚ୍ୟୁତ ସାମନ୍ତ, ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ନେଇ ମନ୍ତ୍ରୀଙ୍କଠାରୁ ଲୋଡିଲେ ଉତ୍ତର
ଭାରତରେ ଦୁଗ୍ଧ ପ୍ରଦାନକାରୀ ଗାଈଙ୍କ ସଂଖ୍ୟା ଅଧିକ ଥିବା ବେଳେ ଦୁଗ୍ଧ ଉତ୍ପାଦନରେ ଅନ୍ୟ ଦେଶ ତୁଳନାରେ ପଛରେ ପଡ଼ିଛି। ଏନେଇ ଲୋକସଭାରେ ଉଦବେଗ ପ୍ରକାଶ କରିଛନ୍ତି କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ନେଇ କେନ୍ଦ୍ର ସରକାର କଣ ପଦକ୍ଷେପ ନେଇଛନ୍ତି ତା ଉପରେ ଶୂନ୍ୟକାଳରେ କେନ୍ଦ୍ର ପଶୁପାଳନ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଡ. ସାମନ୍ତ। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଦୁଗ୍ଧଚାଷୀଙ୍କ ପାଇଁ ଚିନ୍ତା ପ୍ରକାଶ କରିଥିବାରୁ ଡ. ସାମନ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଶ୍ନର ଉତ୍ତର ରଖିଛନ୍ତି।