Below header

କର୍ଣ୍ଣାଟକ ରାଜନୀତି ସରଗରମ, ସରକାର ଗଠନ ପାଇଁ ବିଜେପିର ସଜବାଜ

କର୍ଣ୍ଣାଟକରେ ଏଚ.ଡି. କୁମାରସ୍ୱାମୀଙ୍କ ସରକାର ଭାଙ୍ଗିବା ପରେ ରାଜନୀତି ସରଗରମ ହୋଇଛି। ବିଜେପି ନେତା ବି.ଏସ. ୟେଦୁରୁପ୍ପା ସରକାର ଗଠନ ପାଇଁ ସଜବାଜ ହେଉଛନ୍ତି। ୟେଦୁରୁପ୍ପା କହିଛିନ୍ତି, କର୍ଣ୍ଣାଟକରେ ଏବେଠାରୁ ବିକାଶର ନୂଆ ଯୁଗ ଆରମ୍ଭ ହେବ। ତେବେ ସରକାର ଗଠନ ପାଇଁ ସେ ଏବେ ବିଜେପି ରାଷ୍ଟ୍ରୀୟ ନେତାଙ୍କ ସଂକେତକୁ ଅପେକ୍ଷା କରିଛନ୍ତି। ଏଥିପାଇଁ ଆଜି ସକାଳୁ ତାଙ୍କ ବେଙ୍ଗାଲୁରସ୍ଥିତ ବାସଭବନରେ ବିଜେପି ବିଧାୟକ ଓ ନେତାଙ୍କ ଭିଡ ଦେଖିବାକୁ ମିଳଛି। ସେପଟେ ଜେଡିଏସ- କଂଗ୍ରେସ ମେଣ୍ଟ ସରକାର ଭାଙ୍ଗିବା ପରେ ଜେଡିଏସ୍‌ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗୌଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦିର୍ଘ ୫୦ ବର୍ଷର ରାଜନୀତିକ ଜୀବନ ମଧ୍ୟରେ ଏଭଳି ବିଧାୟକଙ୍କ ଘୋଡା ବ୍ୟାପର କେବେବି ଦେଖିନାହାଁନ୍ତି। ଏଥିପାଇଁ ସେ ଖୁବ ମର୍ମାହାତ ବୋଲି କହିଛନ୍ତି।

ଆହୁରି ପଢନ୍ତୁ: ଯେମିତି କରିଥିଲେ ସେମିତି ପାଇଲେ କୁମାରସ୍ବାମୀ, ୧୨ ବର୍ଷ ପରେ ହିସାବ ବରାବର କଲା ବିଜେପି

ସେପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଏଚ.ଡି. କୁମାରସ୍ୱାମୀ ଆଜି ସଚିବାଳୟରେ ବରିଷ୍ଠ ଅଧିକାରୀଙ୍କୁ ଭେଟି ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି। କାମଚଳା ମୁଖ୍ୟମନ୍ତ୍ରୀ ଭାବେ ସେ ଆଜି ସାମ୍ବାଦିକ ସମ୍ମିଳନୀ କରି ଆଗାମୀ ଦିନରେ ହେବାକୁ ଥିବା ସରକାର ମଧ୍ୟ ଅସ୍ଥିର ସରକାର ହେବ ବୋଲି ଆଂଶକା ପ୍ରକଟ କରିଛନ୍ତି। କଂଗ୍ରେସ ନେତୃତ୍ୱ ଚାହିଁଲେ ଜେଡିଏସ ପୂର୍ବ ଭଳି ସହଯୋଗରେ ମେଣ୍ଟ ହୋଇ ରାଜନୀତି କରିପାରିବେ ବୋଲି କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.