ଆକାଉଣ୍ଟରୁ କଟିଥିବା ୧୯ ହଜାର ଟଙ୍କା ଫେରିଲା, କମିଶନରେଟ ପୋଲିସର ସାଇବର ଡେସ୍କକୁ ଆଉ ଏକ ସଫଳତା

ଭୁବନେଶ୍ୱର (କେ ନ୍ୟୁଜ୍‌) : ସାଇବର ଠକେଇ ଟଙ୍କା ଫେରାଇ ଆଣିବାରେ କମିଶନରେଟ ପୋଲିସକୁ ମିଳିଛି ଦ୍ୱିତୀୟ ସଫଳତା । ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ କଟିଥିବା ୧୯ହଜାର ଟଙ୍କାକୁ ଠାବ କରି ଫେରାଇ ଆଣିଛିି କମିଶନରେଟ ପୋଲିସର ସାଇବର ଡେସ୍କ । ଗୋଲଡେନ୍‌ ପିରିୟଡ ମଧ୍ୟରେ ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ପୋଲିସର ସହାୟତା ଲୋଡ଼ିଥିଲେ । ଯାହାଫଳରେ ପୋଲିସ ଟଙ୍କା ଠକେଇ ହେବାରୁ ରୋକିବାରେ ସଫଳ ହୋଇଛି ।

ଗତ ସୋମବାର ଦିନ ଭୁବନେଶ୍ୱର କେଶୁରା ଅଞ୍ଚଳର ଜଣେ ମହିଳାଙ୍କ ଠାରୁ ୨ଟି ଏଟିଏମ୍‌୍‌ରୁ ୨ ଲକ୍ଷ ୯୮ହଜାର ଟଙ୍କା ଠକି ନେଇଥିଲେ ସାଇବର ଠକ । ଏନେଇ ମହିଳା ଜଣଙ୍କ ପୋଲିସକୁ ସଙ୍ଗେ ସଙ୍ଗେ ଜଣାଇଥିଲେ । ସେପଟେ ଜମତରା ନାଁରେ ଓଡିଶାରେ ମଧ୍ୟ ସାଇବର ଲୁଟେରା ଅପରେଟ ଆରମ୍ଭ କରି ଦେଇଛନ୍ତି । ତେଣୁ ସେମାନଙ୍କ ଉପରେ ନଜର ରଖିବାକୁ ପୋଲିସ ଗୁରୁତ୍ୱ ଦେଇଛି । ଏନେଇ ସାଧାରଣ ଲୋକଙ୍କୁ ନିଜର ବ୍ୟକ୍ତିଗତ ତଥ୍ୟ କାହାକୁ ନଦେବାକୁ ପୋଲିସ ଅନୁରୋଧ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.