କମ୍ପ୍ୟୁଟର ସାମ୍ନାରେ ବସି କାମ କରୁଥିବା ଲୋକଙ୍କୁ ଦରକାର ଏହି ୭ଟି ଖାଦ୍ୟ, ଜାଣନ୍ତୁ କ’ଣ ରହିଛି ଫାଇଦା

କମ୍ପ୍ୟୁଟର ଆଗରେ ବସି ଘଣ୍ଟା ଘଣ୍ଟା ଧରି କାମ କଲେ ଆଖିର ପାଓ୍ଵାର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ଅଧିକ ସମୟ ପର୍ଯ୍ୟନ୍ତ ବସି ରହିଲେ ମଧ୍ୟ ଶରୀରରେ ଫ୍ୟାଟ୍‌ ଜମା ହୋଇଯାଇଥାଏ, ଯଦ୍ଦ୍ଵାରା ଓଜନ ବଢ଼ିବାର ସମ୍ଭାବନା ଦେଖାଦେଇଥାଏ। ଯେଉଁ ଲୋକ କମ୍ପ୍ୟୁଟରରେ ୩ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ କାମ କରିଥାଆନ୍ତି, ସେମାନଙ୍କୁ ଏମିତି କିଛି ଖାଦ୍ୟ ଖାଇବା ଦରକାର, ଯଦ୍ଦ୍ଵାରା ଓଜନ ନିୟନ୍ତ୍ରିତ ରହିପାରିବ ଏବଂ ଆଖିର ପାଓ୍ଵାର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଆଜି ଆମେ ଆପଣଙ୍କୁ ୭ଟି ଫୁଡ୍‌ ବିଷୟରେ କହିବୁ।

୧. ଦହି: ଏଥିରେ ପ୍ରୋବାୟୋଟିକ୍‌ ବ୍ୟାକ୍ଟେରିଆ ରହିଥାଆନ୍ତି। ଏହାଦ୍ୱାରା ହଜମ ଠିକ୍‌ ଭାବେ ହୋଇଥାଏ ଏବଂ ଅଧିକ ସମୟ ବସିରହିଲେ ଗ୍ୟାସ୍‌ ସମସ୍ୟା ଆସି ନ ଥାଏ।

୨. କଦଳୀ: ଏଥିରେ ପୋଟାସିୟମ୍‌ର ମାତ୍ରା ଅଧିକ ଥାଏ, ଯଦ୍ଦ୍ଵାରା ତୁରନ୍ତ ଏନର୍ଜି ମିଳିଥାଏ ଏବଂ ଥକ୍କା ଅନୁଭବ ହୋଇ ନ ଥାଏ।

୩. ସେଓ: ଏଥିରେ ଫାଇବର ଅଧିକ ମାତ୍ରାରେ ଥାଏ। ଏହା ହଜମକୁ ବଢ଼ାଇଥାଏ ଏବଂ ଆପଣ ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ପାଇଥାଆନ୍ତି।

lemonn

୪. ଧନିଆ ପତ୍ର: ଏଥିରେ କ୍ୟାରୋଟେନଁଇଡ୍‌ ରହିଛି, ଯଦ୍ଦ୍ଵାରା ଆଖିର ପାଓ୍ଵାର ବଢ଼ିଥାଏ।

୫. ଦୁଧ: ଏଥିରେ ଭିଟାମିନ୍‌ ଏ ଏବଂ ପ୍ରୋଟିନ୍‌ ଅଧିକ ମାତ୍ରାରେ ରହିଛି। ଏହାଦ୍ୱାରା ମଧ୍ୟ ଆଖିର ପାଓ୍ଵାର ବଢ଼ିଥାଏ।

୬. ଡାର୍କ ଚକୋଲେଟ: ଏଥିରେ ଆଣ୍ଟି ଅକ୍ସିଡେଣ୍ଟସ୍‌ ରହିଛି, ଯାହାକି ଶରୀରର ଇମ୍ୟୁନିଟିକୁ ବଢ଼ାଇଥାଏ। ଅଣ୍ଟା ଯନ୍ତ୍ରଣାରୁ ଉପଶମ ମିଳିଥାଏ।

୭. ଲେମ୍ବୁ ପାଣି: ଏଥିରେ ଭିଟାମିନ୍‌ ସି ଅଧିକ ମାତ୍ରାରେ ରହିଛି, ଯଦ୍ଦ୍ଵାରା ଆପଣଙ୍କୁ ଥକ୍କା ଅନୁଭବ ହୋଇ ନ ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.