Below header

ଗଞ୍ଜାମ: ବଜ୍ରାଘାତରେ ଭାଙ୍ଗିଲା ନିମପଦର ଗାଁ ରାଧାକୃଷ୍ଣ ମନ୍ଦିରର ଦଧିନଉତି

ଗଞ୍ଜାମ: ବଜ୍ରାଘାତରେ ଭାଙ୍ଗିଲା ମନ୍ଦିରର ଦଧିନଉତି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ନିମପଦର ଗାଁରେ ଥିବା ମନ୍ଦିରରେ ହିଁ ଶନିବାର ଏହି ଅଘଟଣ ଘଟିଯାଇଛି । ଗାଁରେ ଥିବା ରାଧାକୃଷ୍ଣ ମନ୍ଦିରରେ ବଜ୍ରାଘାତ ହେବା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ବଜ୍ରାଘାତରେ ମନ୍ଦିରର ଅନେକ ସ୍ଥାନରେ ଫାଟ ସୃଷ୍ଟି ହେବା ସହ ବିଦ୍ୟୁତ ତାର ଓ ଉପକରଣ ସବୁ ପୋଡି ଯାଇଛି। ଏଭଳି ଅଘଟଣକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି । ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ସମୟରେ ଏପରି ଏକ ଅଘଟଣ ଘଟିଥିବାରୁ ଏହାକୁ ଏକ ଅଶୁଭ ସଂକେତ ଭାବେ ଧରୁଛନ୍ତି ସ୍ଥାନୀୟ ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.