ପୁଣି ବଢ଼ିଲା ସୁନା ମୂଲ୍ୟ, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର

ଶନିବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୦୦ ଟଙ୍କା ବଢି ୪୮,୩୬୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ଦର ବି ସମାନ ଭାବେ ୧୦୦ ଟଙ୍କା ବଢି ୪୭,୩୬୦ ଟଙ୍କାରେ ପହଂଚିଥିବା ରେକର୍ଡ ହୋଇଛି । ଯେବେକି ପୂର୍ବଦିନ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ୪୮,୨୬୦ ଟଙ୍କା ଓ ୪୭,୨୬୦ ଟଙ୍କା ଥିବା ଜଣା ଯାଇଥିଲା । ସେହିପରି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୫୦,୬୨୦ ଟଙ୍କା ଓ ୪୬,୪୧୦ ଟଙ୍କା ଛୁଇଁଥିବା ରେକର୍ଡ ହୋଇଛି । ସେହିପରି ଦେଶର ପ୍ରମୁଖ ସହର ମାନଙ୍କରେ ବି ଏହି ମୂଲ୍ୟବାନ ଧାତୁରେ ସାମାନ୍ୟ ଧରଣର ବୃଦ୍ଧି ଘଟିଥିବା ଜଣାଯାଇଛି ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ୪୮,୩୬୦ ଟଙ୍କା ଓ ୪୭,୩୬୦ ଟଙ୍କା ଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ମୂଲ୍ୟ ଯଥାକ୍ରମେ ୪୮,୪୧୦ ଟଙ୍କା ଓ ୪୭,୨୧୦ ଟଙ୍କା ରହିଛି । ଯେବେକି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ଯଥାକ୍ରମେ ୫୦,୬୨୦ ଟଙ୍କା ରହିଥିବା ବେଳେ ଦେଶର ଅନ୍ୟତମ ପ୍ରମୁଖ ସୁନା ବଜାର କୋଲକାତାରେ ଏହି ଦର ୪୮,୯୯୦ ଟଙ୍କା ଓ ୪୭,୭୨୦ ଟଙ୍କା ଥିବା ରେକର୍ଡ ହୋଇଛି । ସୁନା ପରି ଅନ୍ୟତମ ମୂଲ୍ୟବାନ ଧାତୁ ରୂପା ଦରରେ ବି ସାମାନ୍ୟ ବୃଦ୍ଧି ଘଟିଥିବା ରେକର୍ଡ ହୋଇଛି । ପୂର୍ବଦିନ ରୁପା ଦର କିଲୋଗ୍ରାମ ପ୍ରତି ୪୭,୭୫୦ ଟଙ୍କା ଥିବା ବେଳେ ଶନିବାର ସନ୍ଧ୍ୟା ଯାଏଁ ୩୬୦ ଟଙ୍କା ବଢ଼ି ଏହି ଦର ୪୮,୧୧୦ ଟଙ୍କାରେ ସ୍ଥିର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.