ଭୁବନେଶ୍ୱର (କେନ୍ୟୁଜ୍) : ଓଡିଶାରେ ମୌସୁମୀ ଦୁର୍ବଳ ଥିବାରୁ କିଛି କିଛି ସ୍ଥାନରେ ବର୍ଷା ହେଉଛି। ଫଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିବ। ତେବେ ବର୍ଷା ହେବାର ସେମିତି କିଛି ସମ୍ଭାବନା ଏବେ ନାହିଁ। କିନ୍ତୁ କ୍ୱଚିତ କେଉଁ କେଉଁ ସ୍ଥାନରେ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି। ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।