Below header

ଭୁବନେଶ୍ୱର ଶିରିପୁର ଲକ୍ଷ୍ମୀ ବଜାର ବସ୍ତି ଅଞ୍ଚଳକୁ କଣ୍ଟେନେମେଣ୍ଟ ଜୋନ୍‌ ଭାବେ ଘୋଷଣା କଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଶିରିପୁର ଲକ୍ଷ୍ମୀ ବଜାର ବସ୍ତି ଅଞ୍ଚଳକୁ କଣ୍ଟେନେମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଗତ ୧୭ ତାରିଖରେ ଏହି ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କଣ୍ଟାକ୍ଟ ଟ୍ରେସିଂରେ ଆଉ ୮ ଜଣ ଆକ୍ରାନ୍ତ ବାହାରିବା ପରେ ଏହି ଅଞ୍ଚଳକୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ତ୍ରିନାଥ ମନ୍ଦିର ଛକରୁ ଏୟାରପୋର୍ଟ ପାଚେରୀ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଛି । କଣ୍ଟେନମେଣ୍ଟ ଜୋନ୍‌ ଭିତରକୁ ବାହାର ଲୋକ ପ୍ରବେଶ କରି ପାରିବେ ନାହିଁ । ସେହିପରି ଏହି ଜୋନ୍‌ ଭିତରେ ରହୁଥିବା କୌଣସି ଲୋକ ବାହାରକୁ ମଧ୍ୟ ଯାଇପାରିବେ ନାହିଁ । ବସ୍ତିର ପ୍ରବେଶ ପଥକୁ ସିଲ କରାଯିବ ।

କଣ୍ଟେନମେଣ୍ଟ ଜୋନ୍‌ ଭିତରେ ଥିବା ସମସ୍ତଙ୍କ ଘର ଆଗରେ ଷ୍ଟିକର ଲାଗିବ । ସମସ୍ତେ ଘର ଭିତରେ ରହିବେ । କଣ୍ଟେନମେଣ୍ଟ ଜୋନ୍‌ ଭିତରେ ଥିବା ସବୁ ଦେକାନବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଅତ୍ୟାବଶ୍ୟକ ସାମଗ୍ରୀ ମାନ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ । କହିରଖିବା ଉଚିତ ହେବ ଶନିବାର ପଟିଆ ସ୍ଥିତ “ସୁଭଦ୍ରା ଆପାର୍ଟମେଣ୍ଟ”କୁ ମଧ୍ୟ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କଳାରାହାଙ୍ଗ ଓ୍ଵାର୍ଡ ନଂ୮ରେ ଅଛି ସୁଭଦ୍ରା ଆପାର୍ଟମେଣ୍ଟ । ସୂଚନା ମୁତାବକ ୭ଟା ୩୦ରୁ ୩ ଦିନ ଯାଏ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.