ମହାପ୍ରଭୁଙ୍କ ବାହୁଡା଼ ଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ପର୍ବ, ଆଜି ତିନି ରଥ ହେବେ ଦକ୍ଷିଣ ମୋଡ଼

ପୁରୀ; ପୁରୀରେ ଆସନ୍ତା ଜୁଲାଇ ୧ ତାରିଖରେ ହେବାକୁ ଥିବା ମହାପ୍ରଭୁଙ୍କ ବାହୁଡା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଆଜି ତିନି ରଥଙ୍କୁ ଦକ୍ଷିଣ ମୋଡ କରାଯିବ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥକୁ ଦକ୍ଷିଣ ମୋଡ କରାଯିବ । ତିନି ରଥକୁ ଦକ୍ଷିଣମୋଡ କରାଯାଇ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରୁ ନାକଚଣା ଦ୍ୱାରକୁ ଅଣାଯିବ। ଏଥି ସହ ଆରମ୍ଭ ହୋଇଯିବ ବାହୁଡା ଯାତ୍ରା ପ୍ରସ୍ତୁତି। ଗତକାଲି ରଥର ମୁଖ୍ୟ ମହାରଣା, ଭୋଇ ସେବକଙ୍କ ସମେତ ରଥ ତଦାରଖ କମିଟି ଉପସ୍ଥିତିରେ , ଶ୍ରୀମନ୍ଦିର ପ୍ରଶାସନ ଯନ୍ତ୍ରୀ, ପୂର୍ତ୍ତବିଭାଗର ଯନ୍ତ୍ରୀ ମିଳିତ ଭାବେ ତିନି ରଥର ଯାଞ୍ଚ କରିଥିଲେ।

କହିରଖିବା ଉଚିତ ହେବକି, ଆଗକୁ ଥିବା ବାହୁଡ଼ା ଯାତ୍ରା ପାଇଁ ପୁରୀରେ ପୁଣି ଥରେ ଜାରି ହେବ କର୍ଫ୍ୟୁ । ଏହି କର୍ଫ୍ୟୁ ଜୁନ୍‌ ୩୦ ତାରିଖ ରାତି ୧୦ଟାରୁ ଲାଗୁ ହୋଇ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡ଼ିଛି । ତେବେ ଏହି କର୍ଫ୍ୟୁ ସାରା ଜିଲ୍ଲାରେ ଲାଗୁ ହେବ । ଏନେଇ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ସୁଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.