ଲଗାତର ୨୧ ଦିନ ବଢ଼ି ଆଜି ଥମିଛି ପେଟ୍ରୋଲ ଏବଂ ଡିଜେଲ ଦର, ଜାଣନ୍ତୁ କେତେ ଅଛି ଦାମ୍‌

ଦେଶରେ ଲଗାତର ୨୧ ଦିନ ଧରି ପେଟ୍ରୋଲ ଡିଜେଲ ଦର ବଢ଼ିବାରେ ଲାଗିଛି। କିନ୍ତୁ ଏହି ଦର ବୃଦ୍ଧି ପରମ୍ପରା ଗତ ୨୨ ଦିନ ଧରି ଆରମ୍ଭ ହୋଇ ଆଜି ଆର୍ଥାତ ରହିବାର ବନ୍ଦ ହୋଇଯାଇଛି। ଏହାସହିତ ରାଷ୍ଟ୍ରୀୟ ରାଜଧାନୀରେ ପେଟ୍ରୋଲ ଏବଂ ଡିଜେଲ ପ୍ରତି ଲିଟର କ୍ରମଶଃ ୮୦.୩୮ ଟଙ୍କା ଏବଂ ୮୦.୪୦ ଟଙ୍କାକୁ ଆସି ସ୍ଥିର ରହିଛି।

ଏହାପୂର୍ବରୁ ତୈଳ ବିତରଣ କମ୍ପାନୀ ଶନିବାର ପୁଣି ଥରେ ଦାମରେ ବୃଦ୍ଧି କରିଥିଲେ। ତେବେ ରାଜଧାନୀ ଦିଲ୍ଲୀରେ ଡିଜେଲର ଦାମ ପେଟ୍ରୋଲର ଦାମକୁ ପଛରେ ପକାଇ ଦେଇଛି। ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଏବଂ ଡିଜେଲର ଦାମରେ କୌଣସି ବୃଦ୍ଧି ହୋଇନାହିଁ। ଫଳରେ ପେଟ୍ରୋଲ ଦର ୮୦.୩୮ ଟଙ୍କା ପ୍ରତି ଲିଟର ରହିଥିବାବେଳେ ଡିଜେଲ ରହିଛି ୮୦.୪୦ ଟଙ୍କା।

ସେହିପରି ଭୁବନେଶ୍ୱରରେ ଆଜି ପେଟ୍ରୋଲର ଦାମ ୮୦.୯୫ ଟଙ୍କା ପ୍ରତି ଲିଟର ରହିଥିବାବେଳେ ଡିଜେଲର ଦାମ ରହିଛି ୭୮.୫୬ ଟଙ୍କା ପ୍ରତି ଲିଟର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.