ଅଭିଷେକ ବଚ୍ଚନ ବଲିଉଡରେ ୨୦ ବର୍ଷ ପୂରଣ କରିବାକୁ ଯାଉଛନ୍ତି । ଜେପି ଦତ୍ତଙ୍କ ଚଳଚ୍ଚିତ୍ର ‘ରିଫିୟୁଜି’ ରେ ଡେବ୍ୟୁ କରିଥିବା ଅଭିଷେକ ବଚ୍ଚନ ନିକଟରେ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କର ୨୦ ବର୍ଷର ଯାତ୍ରା ବିଷୟରେ କହିଛନ୍ତି । ଅଭିନେତା ଅନ୍ୟ ଏକ ଭିଡିଓ ସେୟାର କରିଛନ୍ତି ଯାହା ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି ।
ଫିଲ୍ମ ‘ଧୁମ ୩’ ରେ ଅଭିଷେକ ବଚ୍ଚନଙ୍କ ସହ-ଅଭିନେତା ଥିବା ଅମିର ଖାନଙ୍କୁ ସେ ଏକ ବିଶେଷ ଅନୁରୋଧ କରିଛନ୍ତି। ଭିଡିଓ ସେୟାର କରିବା ସହ ଅଭିଷେକ ବଚ୍ଚନ ଲେଖିଛନ୍ତି ୨୦୧୩ ରେ ଧୁମ ଫ୍ରେଞ୍ଚାଇଜର ୩ ଟି ଚଳଚ୍ଚିତ୍ର ରିଲିଜ ହୋଇଥିଲା । ଏଥର ଫିଲ୍ମଟି ମୋର ପୁରୁଣା ବନ୍ଧୁ ଭିକ୍ଟର ନିର୍ଦ୍ଦେଶନା ଦେଇଥିଲେ। ଧୁମର ପୂର୍ବ ଦୁଇଟି ଚଳଚ୍ଚିତ୍ର ମଧ୍ୟ ଭିକ୍ଟର ଲେଖିଥିଲେ। ସେ ଗୁରୁ ଏବଂ ରାବଣର ଡାଇଲଗ ମଧ୍ୟ ଲେଖିଥିଲେ ।
କ୍ୟାଟ୍ରିନା କୈଫଙ୍କ ସହ ଏହା ମୋର ଦ୍ୱିତୀୟ ଚଳଚ୍ଚିତ୍ର ଥିଲା ଏବଂ ତାଙ୍କର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ‘ସରକାର’ ମଧ୍ୟ ମୋ ସହିତ ଥିଲା । ଧୁମରେ, ମୁଁ ଅମୀର ଖାନଙ୍କ ସହ କାମ କରିବାକୁ ସୁଯୋଗ ପାଇଲି । ଯଦି ମୁଁ ତାଙ୍କ ସହ କାମ କରିବାର ଦ୍ୱିତୀୟ ସୁଯୋଗ ପାଏ ତାହେଲେ ମୁଁ ତାଙ୍କ ସହ ଅଭିନୟ କରିବି ନାହିଁ କାରଣ ମୁଁ ଚାହେଁ ସେ ମୋତେ ନିର୍ଦ୍ଦେଶନା ଦିଅନ୍ତୁ । ତେଣୁ ଆମୀର ଖାନ ଯଦି ଆପଣ ଏହାକୁ ପଢୁଛନ୍ତି ତାହେଲେ ମୋର ଅନୁରୋଧ ରକ୍ଷା କରିବେ ।
ଅଭିଷେକ ବଚ୍ଚନଙ୍କ ଏହି ଭିଡିଓରେ ତାଙ୍କର ଫ୍ୟାନ ମାନେ ଖୁବ କମେଣ୍ଟ ଦେଉଛନ୍ତି ଏବଂ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଅଭିଷେକ ଖୁବ ଶୀଘ୍ର ଆମାଜନ୍ ପ୍ରାଇମର ୱେବ୍ ସିରିଜ୍ ‘ବ୍ରିଥ’ରେ ନଜର ଆସିବେ ଯାହାକି ଜୁଲାଇ ୧୦ରେ ମୁକ୍ତିଲାଭ କରିବାକୁ ଯାଉଛି ।