କୁଏତରୁ ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ପହଞ୍ଚିଲେ ୧୬୨ ଜଣ ପ୍ରବାସୀ ଓଡ଼ିଆ

ଶନିବାର କୁଏତରୁ ସ୍ୱତନ୍ତ୍ର ବିମାନ (ଜଜିରା ଏୟାରୱେୟସ) ଯୋଗେ ୧୬୨ ଜଣ ପ୍ରବାସୀ ଓଡ଼ିଆ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଂଚିଛନ୍ତି । ମିଳିଥିବା ଖବର ଅନୁଯାୟୀ ସେମାନେ ଗତକାଲି ଦ୍ବିପହର ୧୩.୩୦ ମିନିଟ ସମୟରେ କୁଏତରୁ ବିମାନ ଯୋଗେ ବାହାରିଥିବା ବେଳେ ସନ୍ଧ୍ୟା ସମୟରେ ଭୁବନେଶ୍ୱରରେ ବିମାନ ବନ୍ଦରରେ ଆସି ଓଲ୍ହାଇଥିଲେ । କହିରଖିବା ଉଚିତ ହେବକି, କୁଏତ ଓଡିଶା ଆସୋସିଏସନ ପକ୍ଷରୁ ହିଁ ପ୍ରବାସୀ ମାନେ କିପରି ଆସିବା ନେଇ ବ୍ୟବସ୍ଥା କରାଯାଇଥିଲା । କହି ରଖିବା ଉଚିତ ହେବକି, କୁଏତରୁ ଭୁବନେଶ୍ୱର ଅଭିମୁଖେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ଏହା ହେଉଛି ଦ୍ଵିତୀୟ ବିମାନ ।

flight

ଆସିବାକୁ ଥିବା କିଛି ଯାତ୍ରୀଙ୍କ ଟିକେଟ କିଣିବାରେ ବି କୁଏତ ଓଡ଼ିଆ ଆସୋସିଏସନ ପକ୍ଷରୁ ସହଯୋଗ କରାଯାଇଥିଲା । ବିମାନ ଯୋଗେ ଆସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭବେ ପହଁଚିଥିବା ବେଳେ ସେମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିବା ଜଣା ଯାଇଛି । ଏହା ପରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡ଼ ଲାଇନ ଅନୁଯାୟୀ ଟେଷ୍ଟ କରାଯିବା ପରେ ୧୪ ଦିନ ପାଇଁ କ୍ଵରେଣ୍ଟିଂନରେ ରହିବେ ।

Leave A Reply

Your email address will not be published.