ପରିବର୍ତ୍ତନ ସଂକଳ୍ପ ସମାବେଶରେ ପୁଣି କେନ୍ଦ୍ର ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାହୁଲ

ଭବାନୀପାଟଣା (କେନ୍ୟୁଜ୍) :କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ସେ କେନ୍ଦ୍ର ଉପରେ ବର୍ଷିଛନ୍ତି। ନୋଟବନ୍ଦୀକୁ ସମାଲୋଚନା କରିବା ସହ କେନ୍ଦ୍ର ସରକାର କଳାଧନ ଫେରାଇବାକୁ ଅସମର୍ଥ ବୋଲି କହିଛନ୍ତି। ସମାବେଶରେ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ରାଜ୍ୟ କଂଗ୍ରେସର ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ।

rahul

ଭବାନପାଟଣା ପରେ ରାଉରକେଲାରେ ଆୟୋଜିତ କାର‌୍ୟ୍ୟକ୍ରମରେ ଯୋଗଦେବେ ରାହୁଲ। ଦୁଇ ସପ୍ତାହ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦ୍ୱିତୀୟ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେହିପରି ୯ ବର୍ଷ ପରେ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି ରାହୁଲ। ଶେଷ ଥର ପାଇଁ ୨୦୧୦ ମସିହାରେ ରାହୁଲ ଆସିଥିଲେ ଲାଞ୍ଜିଗଡ଼। ରାହୁଲଙ୍କ ଅଭିଭାଷଣ ଶୁଣିବା ପାଇଁ ଜନସମୁଦ୍ର ପାଲଟିଥିଲା ଭବାନୀପାଟଣାର ଶ୍ରୀକୃଷ୍ଣ ନଗର ସମାବେଶସ୍ଥଳ। ଅବିଭକ୍ତ କୋରାପୁଟ ସମେତ ଆଖପାଖ ଜିଲ୍ଲାର ହଜାର ହଜାର କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.