Below header

ରାଜ୍ୟ କଂଗ୍ରେସ ନେତାଙ୍କୁ ରାହୁଲ ଗାନ୍ଧୀଙ୍କ ତାଗିଦ୍‌, କହିଲେ ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି

ଭୁବନେଶ୍ବର(କେନ୍ୟୁଜ): ରାଜ୍ୟ କଂଗ୍ରେସ ନେତାଙ୍କୁ ରାହୁଲଙ୍କ ତାଗିଦ୍‌। ଦଳ ମଧ୍ୟରେ ଶୃଙ୍ଖଳା ରକ୍ଷା ନେଇ ରାଜ୍ୟ କଂଗ୍ରେସ ନେତାଙ୍କୁ ତାଗିଦ୍‌ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି ବୋଲି ଚେତାଇ ଦେଇଛନ୍ତି। ଏଥିସହ ଏକାଠି ଲଢେଇ କରିବାକୁ ଉପସ୍ଥିତ ନେତାଙ୍କୁ ସେ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ଓଡ଼ିଶା କଂଗ୍ରସର ମାନସମନ୍ଥନ ।

ଜଣ ଜଣ କରି ୧୮ ନେତାଙ୍କ ସହ କଥା ହେଲେ ରାହୁଲ। ଦଳର ବର୍ତ୍ତମାନ ଓ ସମ୍ଭାବ୍ୟ ସ୍ଥିତି ଉପରେ ବିଧାୟକ, ସାଂସଦ ଏବଂ ପୂର୍ବତନ ପିସିସି ସଭାପତିଙ୍କ ମତ ଶୁଣିଥିଲେ। ରାଜ୍ୟ କଂଗ୍ରେସରେ ବଡ ପରିବର୍ତ୍ତନ ହେବ ବୋଲି ଭରସା ଦେଇଛନ୍ତି। ଯାହା ଖବର ମିଳୁଛି, ଖୁବ୍‌ଶୀଘ୍ର ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା କରାଯିବ।

ନୂଆ ପିସିସି ସଭାପତି ନେଇ ଶରତ ପଟ୍ଟନାୟକ, ବିଧାୟକ ତାରାପ୍ରସାଦ ବାହିନୀପତି, ମହମ୍ମଦ ମୋକିମ ଓ ଭକ୍ତ ଦାସଙ୍କ ବାବଦରେ ଆଲୋଚନା ହୋଇଥିବା ଜଣାପଡିଛି। ପିସିସି ସଭାପତି ସହ ବିଧାୟକ ଦଳ ନେତା ବି ବଦଳିବେ। ରାହୁଲଙ୍କ ବାସଭବନରେ ପ୍ରାୟ ୨ ଘଣ୍ଟା ଧରି ଆଲୋଚନା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.