ଶିମିଳିପାଳ ଅଭୟାରଣ୍ୟରୁ ୨ ଶିକାରୀ ଗିରଫ, ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଜବତ

କରଞ୍ଜିଆ(କେନ୍ୟୁଜ):  ଶିମିଳିପାଳ ହେଉଛି ବ୍ୟାଘ୍ର ଏବଂ ହସ୍ତୀ ପ୍ରକଳ୍ପ । ଶିମିଳିପାଳ ଅଭୟାରଣ୍ୟରେ ବିଭିନ୍ନ ପ୍ରକାର ବନ୍ଯଜନ୍ତୁ ରହୁଛନ୍ତି । ଆଉ ଏମାନଙ୍କ ଉପରେ ସଦାସର୍ବଦା ନଜର ରହିଛି ବନ୍ଯଜନ୍ତୁ ଶିକାରୀମାନଙ୍କ । ଗତକାଲି ଶିମିଳିପାଳ ଅଭୟାରଣ୍ୟର କେନ୍ଦୁମୁଣ୍ଡି ରେଞ୍ଜ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ପାଇଁ ଉଦ୍ୟମ କରୁଥିବା ସମୟରେ ୨ଜଣଙ୍କୁ ଗିରଫ କରିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ ।

ଏମାନଙ୍କ ଠାରୁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଜବତ କରିବା ସହିତ ତଦନ୍ତ ଜାରି ରଖିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ । ବନ୍ଯଜନ୍ତୁ ୧୯୭୨ ଆଇନ ଅନୁଯାୟୀ ଏମାନଙ୍କୁ ଗିରଫ କରିଛି ବନ ବିଭାଗ । ଏନେଇ ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳ ଏସି ଏଫ ପ୍ରଦୀପ ଦେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.