Below header

ଭୁବନେଶ୍ୱର ପରେ ଗଞ୍ଜାମରେ ଫେକ୍‌ ସିମ କାର୍ଡ ବିକ୍ରି, ୩ଗିରଫ

ଭୁବନେଶ୍ବର(କେନ୍ୟୁଜ): ଭୁବନେଶ୍ୱର ପରେ ଗଞ୍ଜାମ ଜିଲ୍ଲାରେ ଫେକ୍‌ ସିମ କାର୍ଡ ବିକ୍ରି ଅଭିଯୋଗ । ପାଟପୁର ପୋଲିସ ପକ୍ଷରୁ ଡେଙ୍ଗାଉସ୍ତାର ୩ଟି ମୋବାଇଲ ଦୋକାନ ଉପରେ ଚଢ଼ାଉ କରାଯାଇ ୩୮ଟି ସିମ କାର୍ଡ ଜବତ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଫେକ୍‌ ସିମ କାର୍ଡ ନେଇ ଖୋଳତାଡ଼ ସହ ଅନେକ ତଥ୍ୟ ହାସଲ କରିଛି ପୋଲିସ । କିଛି ଅସାମାଜିକ ବ୍ୟକ୍ତି ଓ ଚୋରା ବେପାରୀ ଏହି ସିମକୁ ବ୍ୟବହାର କରୁଥିବା ଜାଣିବାକୁ ପାଇଛି ପୋଲିସ ବୋଲି କହିଛନ୍ତି ଆସିକା ଏସଡିପିଓ ଉମା ଶଙ୍କର ସିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.